ଆଇରନ ଟ୍ରକ୍ ଧକ୍କାରେ ଦନ୍ତା ମୃତ, ଗାଡ଼ି ଛାଡ଼ି ଚାଳକ ଚମ୍ପଟ୍‌

By ETV Bharat Odisha Team

Published : Dec 27, 2023, 12:21 PM IST

thumbnail

Elephant Died in Keonjhar: 

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ବିଶେଷ କରି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜ ଅଞ୍ଚଳ ଏବେ ହାତୀମୃତ୍ୟୁର ମରଣ ଜନ୍ତା ପାଲଟିଛି । ମଙ୍ଗଳବାର ସନ୍ଧ୍ୟାରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ନିକଟସ୍ଥ କଣ୍ଟାବାହଳ ଠାରେ ଏକ ଆଇରନ ବୋଝେଇ ଟ୍ରକ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ରାସ୍ତା ପାର ହେଉଥିବା ବେଳେ ହାତୀଟିକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ହାତୀଟି ନିକଟସ୍ଥ ବିଲ ତଳକୁ ଛିଟିକି ପଡିଥିଲା । ଘଟଣା ସ୍ଥଳରେ ହାତୀଟିର ମୃତ୍ୟୁ ହୋଇଥିବା ପର୍ତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଖବର ପାଇ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଅଧିକାରୀ ଯାଉଥିବା ଜଣାପଡ଼ିଛି । ଟ୍ରକଟି ଘଟଣା ସ୍ଥଳରେ ଠିଆ ହୋଇଥିବା ବେଳେ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.