ପୂର୍ବତନ ଚିଲିକା ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼

By ETV Bharat Odisha Team

Published : Sep 28, 2023, 5:31 PM IST

thumbnail

ଖୋର୍ଦ୍ଧା: ପାଖଉଛି 2024 ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନେତାମାନେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ମଧ୍ୟ ଆରମ୍ଭ କଲେଣି । ସେହିଭଳି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ ଲୋକଙ୍କ ସହ ଚା' ଖଟିରେ ବସି ଆଲୋଚନା କରୁଥିବା ବେଳେ ତାଙ୍କ ଗାଡିକୁ କିଛି ଯୁବକ ଆସି ଅଣ୍ଡାମାଡ଼ କରିଥିବା ଦେଖିବାକୁ ମିଳିଛି । ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଥାନା ତଥା ବାଣପୁର ଏନଏସିର ଜଗନ୍ନାଥପୁର ବିଷରପାଟଣା ଛକରେ ଘଟିଛି ଏହି ଘଟଣା । ଚା' ଖଟିରେ ରଘୁନାଥ ଯୋଗ ଦେଇଥିବା ବେଳେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଆସି ହଠାତ ତାଙ୍କର ଗାଡ଼ି ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ।  

ଏହା ବି ପଢନ୍ତୁ- ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ନିର୍ବାଚନ ପୂର୍ବରୁ ଚିଲିକାରେ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଲାଣି । ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡି ଉପରକୁ ଅଣ୍ଡା ଆଉ ଟମାଟୋ ମାଡ ହେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ସାଧାରଣ ଜନତା ଏଥିରୁ ବର୍ତ୍ତିନଥିଲେ । ଫଳରେ ଅଣ୍ଡା ଓ ଟମାଟୋ ମାଡ କରୁଥିବା 20ରୁ 30 ଯୁବକଙ୍କ ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା । ଅଣ୍ଡା ଟମାଟୋ ମାଡ଼ କରିଥିବା ଯୁବକଙ୍କ ବିରୁଦ୍ଧରେ ସ୍ଥାନୀୟ ଲୋକେ ବାଣପୁର ଥାନାରେ ଏତଲା ଦାଏର କରିଛନ୍ତି । ସେପଟେ ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.