ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

author img

By ETV Bharat Odisha Team

Published : Sep 14, 2023, 5:10 PM IST

Etv Bharat
Etv Bharat

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କଲେ ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ

ଭୁବନେଶ୍ବର: ସାରା ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ଆଜି ଭୁବନେଶ୍ବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ। ଛାତ୍ରଛାତ୍ରୀମାନଙ୍କର ନ୍ୟାର୍ଯ୍ୟ ଅଧିକାର ଛଡ଼ାଇ ନେଲେ ହେବ ନାହିଁ । ସାମ୍ବିଧାନିକ ଅଧିକାରକୁ ସଙ୍କୁଚିତ କରିପାରିବେ ନାହିଁ ରାଜ୍ୟ ସରକାର ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ।

ଏ ନେଇ ୟାଶୀର ନୱାଜ କହିଛନ୍ତି, "ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ ରାଜ୍ୟ ସରକାର । ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରନ୍ତୁ ସରକାର ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ବିଜେଡି ସଫା ହୋଇଯିବ । ତେଣୁ ସେମାନେ ଭୟଭୀତ ହୋଇ ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି । ରଙ୍ଗ ମାରି ପ୍ରଚାର ପ୍ରସାର କରୁଛନ୍ତି ସରକାର । ସରକାର ସମସ୍ତଙ୍କୁ ଭୁଆଁ ବୁଲାଇ ଦେବେ ହେଲେ ଛାତ୍ର ସମାଜକୁ ନୁହେଁ । ଇତିହାସରେ ଅଛି ଯେଉଁଠି ଛାତ୍ର ସମାଜକୁ ଅବହେଳା କରାଯାଇଛି ସେଠାରେ ସରକାରର ପତନ ହୋଇଛି ।"

ଏହା ବି ପଢନ୍ତୁ- ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି: ବର୍ଷିଲେ ଛାତ୍ର କଂଗ୍ରେସ ଓ ଏବିଭିପି, ଛାତ୍ର ବିଜେଡି କହିଲା ଯୁଗାନ୍ତକାରୀ ନିଷ୍ପତ୍ତି

ସେ ଆହୁରି ଅଭିଯୋଗ କରିଛନ୍ତି, "ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଣଦେଖା କରାଯାଉଛି । ଛାତ୍ର କଂଗ୍ରେସ ଦାବି କରୁଛି ତୁରନ୍ତ ଛାତ୍ର ସଂସଦ କରାଯାଉ ନଚେତ ଆନ୍ଦୋଳନକୁ ବ୍ୟାପକ କରିବ । ରାଜରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ବାରମ୍ବାର ଦାବି କରୁଛୁ ହେଲେ ସରକାର ଶୁଣୁନାହାନ୍ତି । ଆଗକୁ ସ୍ଥିତି ଭୟାବହ ହେବ ।" ଆଜି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଘେରାଉ କରିଛି ଛାତ୍ର କଂଗ୍ରେସ । ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ପରେ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କ ଘର ଆଗରେ ନାରାବାଜି ସହ ଅଣ୍ଡାମାଡ କରିବାକୁ ପଛାଇ ନାହାନ୍ତି କଂଗ୍ରେସ କର୍ମୀ ।

ଏହା ବି ପଢନ୍ତୁ- ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଆଇନଗତ ଲଢେଇ ଲଢ଼ାଯିବ: ବିଜେପି ଯୁବମୋର୍ଚ୍ଚା

ସରକାର ଭୟଭୀତ ହୋଇ ଛାତ୍ର ସଂସଦ ନିର୍ବାଚନ କରୁନଥିବା ସେମାନଙ୍କ ଅଭିଯୋଗ । ବିଜେଡିକୁ ହାରିଯିବାର ଭୟ ରହିଛି । ଛାତ୍ରଛାତ୍ରୀମାନଙ୍କର ସମ୍ବିଧାନକ ଅଧିକାରକୁ ବାଧା ଦେବାକୁ ସରକାରଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି । ୨୦୧୮ ମସିହାଠାରୁ ଦୀର୍ଘ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଥିବାରୁ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.