ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଆଇନଗତ ଲଢେଇ ଲଢ଼ାଯିବ: ବିଜେପି ଯୁବମୋର୍ଚ୍ଚା

author img

By ETV Bharat Odisha Team

Published : Sep 13, 2023, 9:40 PM IST

ବଢ଼ିଚାଲିଛି ଛାତ୍ର ଅଶାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଆଇନଗତ ଲଢେଇ ଲଢ଼ା ଯିବ କହିଛି ବିଜେପି । ଅଧିକ ପଢ଼ନ୍ତୁ

ଛାତ୍ର ସଂସଦ ନିର୍ବାଚନ ବନ୍ଦ
ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଭୁବନେଶ୍ବର: ଥମୁନି ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି। ବଢ଼ି ଚାଲିଛି ଛାତ୍ର ଅଶାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହାକୁ ନେଇ ଆଇନଗତ ଲଢେଇ ଲଢ଼ିବ ବୋଲି କହିଛି ବିଜେପି ଯୁବମୋର୍ଚ୍ଚା ।

ତେବେ ବିଜେପି ଯୁବମୋର୍ଚ୍ଚାର ସଭାପତି ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଆଇନଗତ ଲଢେଇ ଲଢ଼ା ଯିବ। ଏହାସହ ନିର୍ବାଚନ ହେବା ପାଇଁ ହାଇକୋର୍ଟରେ ପିଆଇଏଲ୍ ଫାଇଲ ହେବ । ତେବେ ବିଜୁ ଜନତାଦଳ ଏକଛତ୍ରବାଦୀ ଶାସକ ହେବା ପାଇଁ ଯେଉଁ ପୃଷ୍ଠଭୂମି ଦରକାର ତାକୁ ତିଆରି କରିବା ପାଇଁ ନିର୍ବାଚନକୁ ବନ୍ଦ କରି ରଖିଛି । ଯେପରି କ୍ୟାମ୍ପସରୁ ଛାତ୍ର ନେତା ନବାହାରନ୍ତୁ ଏହା ବିଜେଡ଼ିର ଏକ ଷଡଯନ୍ତ୍ର। ଏହାସହ ଯୁବଙ୍କ ମଧ୍ୟରେ ଗଣତାନ୍ତ୍ରୀ ଉତ୍ସାହ ନରହୁ, ଶିକ୍ଷିତମାନେ ମତଦାନ ନକରନ୍ତୁ ଏବଂ କେବଳ ନିରକ୍ଷରମାନେ ମତଦାନ କରନ୍ତୁ ଯାହା ଦ୍ବାରା ସେମାନଙ୍କୁ ଅକ୍ତିଆର କରିବା ସହଜ ହେବ। ସେଥିପାଇଁ ସରକାରଙ୍କ ଏହି ପରିକଳ୍ପିତ ଷଡଯନ୍ତ୍ର କରିଛନ୍ତି। ତେବେ ୫ ବର୍ଷ ନିର୍ବାଚନ ବନ୍ଦ ହେବାରୁ କ୍ୟାମ୍ପସରେ କଣ ବିଶ୍ରୁଙ୍ଖଳା ହେଉନାହିଁ? ବୋଲି ପ୍ରଶ୍ନ କରିଛନ୍ତି ଅଭିଳାଷ।

ଏହା ମଧ୍ୟ ପଢ଼ନ୍ତୁ....ପ୍ରକାଶ ପାଇଲା ବାର୍ଷିକ ଉଚ୍ଚଶିକ୍ଷା କ୍ୟାଲେଣ୍ଡର, ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ

ସେପଟେ ନିର୍ବାଚନ ବନ୍ଦକୁ ନେଇ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେଡି ସରକାର ଅଡ଼ୁଆରେ ପଡ଼ିବ । କାରଣ ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ଛାତ୍ର ନେତାମାନେ ସ୍ବର ଉତ୍ତୋଳନ କରିବେ । ସେଥିପାଇଁ ସମ୍ବିଧାନରୁ ଊର୍ଦ୍ଧ୍ବରେ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ୨୦୧୭ ମସିହାରେ ଶେଷଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ଏହା ପରଠାରୁ କ୍ରମାଗତ ଭାବେ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିବାକୁ ନେଇ ଛାତ୍ର ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି ।

ସେପଟେ ଛାତ୍ର ସଂସଦ ନିର୍ବାଚନ ନକରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି ଏହାଦ୍ବାରା ବିଭିନ୍ନ କଲେଜରେ ସିଲାବସ୍‌ ଶେଷ ହୋଇପାରୁନଥିଲା, ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜୁଥିଲା । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.