ଦଶହରା ପାଇଁ ଉତ୍ସବମୁଖର କୋରାପୁଟ ସହର

By ETV Bharat Odisha Team

Published : Oct 22, 2023, 8:34 PM IST

thumbnail

କୋରାପୁଟ: ଆଜି ମହାଷ୍ଟମୀ ଅବସରରେ କୋରାପୁଟର ବିଭିନ୍ନ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇଉଠିଛି । କୋରାପୁଟ ପୋଲିସ ପଡ଼ିଆ,ମଣ୍ଡଳ କାରାଗାର,ବସଷ୍ଟାଣ୍ଡ, ହାଟପଦା,ଆଇଆରବି,ଓଏସଏପି କଲୋନୀରେ ଥିବା ପୂଜା ମଣ୍ଡପରେ ଗୁଡିକରେ ପାରମ୍ପରିକ ରୀତିନୀତି ସହିତ ପୂଜାର୍ଚ୍ଚନା ଜାରି ରହିଛି । ଏହା ସହ ସହରର ଦଣ୍ଡକାରଣ୍ୟ କଲୋନୀ ସ୍ଥିତ ବଙ୍ଗୀୟ ସାଂସ୍କୃତିକ ସଂଘ ଦ୍ୱାରା ଆୟୋଜିତ ପୂଜା ସହର ବାସୀଙ୍କ ପାଇଁ ବିଶେଷ ଆକର୍ଷଣ ଆଣିଦେଇଛି । ଗତ 24 ବର୍ଷ ଧରି କୋରାପୁଟ ବଙ୍ଗୀୟ ସାଂସ୍କୃତିକ ସଂଘ ଆୟୋଜନ କରୁଥିବା ଏହି ଉତ୍ସବରେ କୋରାପୁଟ,ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଶତାଧିକ ବଙ୍ଗୀୟ ପରିବାରଙ୍କ ଆସି ମା'ଙ୍କ ଦର୍ଶନ କରିଥାନ୍ତି । 

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ ବଙ୍ଗୀୟ ରୀତିନିତୀ ଅନୁସାରେ ମା'ଙ୍କ ଆରଧନା କରାଯାଏ । ବଙ୍ଗୀୟ ପ୍ରଣାଳୀରେ ପ୍ରସ୍ତୁତ ବିଶେଷ ଖେଚିଡି ପ୍ରସାଦ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଏହା ସହ ଏଠାରେ ମହିଳାଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବାସ ସ୍ୱତନ୍ତ୍ର ବିଧି ରହିଛି । କୋରାପୁଟ ପୋଲିସ ପଡ଼ିଆ ଓ ମଣ୍ଡଳ କାରାଗାର ଠାରେ ଅନୁଷ୍ଠିତ ହେଉଥିବା ଦଶହରା ଉତ୍ସବ ପ୍ରତିବର୍ଷ ଭଳି ମାଙ୍କ ଦର୍ଶନ ସହ ଭକ୍ତଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି  ।

ଚଳିତ ବର୍ଷ ମଣ୍ଡଳ କାରାଗାର ମଣ୍ଡପରେ ମା' ଦୁର୍ଗାଙ୍କ ୯ଟି ଅବତାର ଯଥା ଶୈଳପୁତ୍ରୀ, ବ୍ରାହ୍ମଚାରିଣୀ ,ଚନ୍ଦ୍ରଘଣ୍ଟ , କୁଷ୍ମାଣ୍ଡ ,ସ୍କନ୍ଧମାତା , କାତ୍ୟାୟନୀ ,କାଳରାତ୍ରୀ ,ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି ଯାହା ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି   । 
ଏହା ମଧ୍ୟ ପଢନ୍ତୁ...ମାଆଙ୍କ ଆଗମନରେ ଚଳଚଞ୍ଚଳ ଖୋର୍ଦ୍ଧା


ଇଟିଭି ଭାରତ, କୋରାପୁଟ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.