ମାଆଙ୍କ ଆଗମନରେ ଚଳଚଞ୍ଚଳ ଖୋର୍ଦ୍ଧା

By ETV Bharat Odisha Team

Published : Oct 22, 2023, 10:54 AM IST

thumbnail


ଖୋର୍ଦ୍ଧା: ଧରାବତରଣ କରିଛନ୍ତି ଆଦିଶକ୍ତି ମହିଷାମର୍ଦ୍ଦିନୀ ଜଗତଜନନୀ ମାଆ ଦୁର୍ଗା । ଖୋର୍ଦ୍ଧା ଜିଲାର ବିଭିନ୍ନ ପୂଜା ମଣ୍ଡପମାନଙ୍କରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ନବପତ୍ରିକା ପ୍ରବେଶ, ପାଣିତୋଳା, କଳସ ଯାତ୍ରା, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ଚଣ୍ଡିପାଠ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିବା ବେଳେ ବାଜା ରୋଷଣୀରେ ମଣ୍ଡପ ଗୁଡ଼ିକ କମ୍ପମାନ ହେଉଛି । ବାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ମଣ୍ଡପଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ..ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ, ପୂଜା ମଣ୍ଡପରେ ଚାଲିଛି ପୂଜା

ହଜାର ହଜାର ଭକ୍ତ ମାଆଙ୍କୁ ଆରାଧନା କରୁଛନ୍ତି । ମୁଖ୍ୟତଃ ଖୋର୍ଦ୍ଧା କ୍ଲବ, ଇଗଲ କ୍ଳବ, ପୁରୁଣା ଦମକଳ କେନ୍ଦ୍ର ଓ କଣ୍ଟାଛକରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ମନ ମୋହୁଥିବା ଦେଖାଯାଇଛି । ସେହିପରି ସହରର ସର୍ବପୁରାତନ ଖୋର୍ଦ୍ଧା କ୍ଲବ ପୂଜା ମଣ୍ଡପ ଆଲୋକମାଳାରେ ଝଲସୁଥିବା ବେଳେ ପ୍ରତିଯୋଗିତାମୂଳକ ଭାବେ ପୁରୁଣା ଦମକଳ କେନ୍ଦ୍ର ଠାରେ ମାଆଙ୍କ ସ୍ଥାୟୀ ମଣ୍ଡପରେ ପୂଜା ହେଉଛନ୍ତି । ସେହିପରି କଣ୍ଟା ବଜାର ପୂଜା କମିଟିରେ ମହାସମାରୋହରେ ମାଆଙ୍କ ମହାଷ୍ଟମୀ ପୂଜା ହୋଇଛି ।

 
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.