ବିଜୟା ଦଶମୀରେ ଉତ୍ସବମୁଖର ନିଆଳି ପୂଜା ମଣ୍ଡପ, ଭାବବିହ୍ବଳ ଭକ୍ତ

By ETV Bharat Odisha Team

Published : Oct 24, 2023, 8:17 PM IST

thumbnail

ନିଆଳି: ଅଧର୍ମ ଉପରେ ଧର୍ମର ବିଜୟ। ଏହି ବିଶ୍ବାସକୁ ନେଇ କାହିଁ କେଉଁ କାଳରୁ ପ୍ରଚଳିତ ପ୍ରଥା ଅନୁସାରେ ପ୍ରତିବର୍ଷ ଧରାପୃଷ୍ଠକୁ ଅବତରଣ କରିଥାନ୍ତି ମା' ଜଗତ ଜନନୀ ଦୁର୍ଗା । ଆଜି ହେଉଛି ବିଜୟା ଦଶମୀ ଅର୍ଥାତ ଦଶହରା । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକର ଉତ୍ସବ ମୁଖର ହୋଇଉଠିଛି । ପୂଜା ମଣ୍ଡପ ଗୁଡିକ ମନ୍ତ୍ର,ଘଣ୍ଟ,ବାଜାରେ କମ୍ପୁଛି। କେଉଁଠି ଦୁର୍ଗାଙ୍କ ପୂଜା କରାଯାଉଥିବା ବେଳେ ଆଉ କେଉଁଠି ହର ପାର୍ବତୀଙ୍କ ମୂର୍ତ୍ତିକୁ ପୂଜା କରାଯାଉଛି । ସେପଟେ ମା'ଙ୍କ ଦର୍ଶନ ପାଇଁ ସମସ୍ତ ପୂଜା ମଣ୍ଡପ ଏବଂ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । 


କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବଙ୍ଗାଳିସାହି, ନିଆଳି ଓ ପହଙ୍ଗା ସମେତ ଆଠଟି ପୂଜା ମଣ୍ଡପରେ ଦୁର୍ଗା, ହରପାର୍ବତୀ ପୂଜା ପାଉଥିବା ବେଳେ କଣ୍ଟାପଡ଼ା ଅଞ୍ଚଳରେ ୬ ଟି ସ୍ଥାନରେ ପୂଜା ପାଉଛନ୍ତି ଦୁର୍ଗା ଓ ହର ପାର୍ବତୀ।‌ ସେହିପରି ଗୋବିନ୍ଦପୁର ଅଞ୍ଚଳରେ ୩୦ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗା ଓ ହର ପାର୍ବତୀ। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଥାନା ଅଞ୍ଚଳରେ ୨୦ ରୁ ଊର୍ଦ୍ଧ୍ବ ସ୍ଥାନରେ ଧୁମଧାମରେ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗା ଓ ହର ପାର୍ବତୀ । 


ବାଲିପାଟଣା ବ୍ଲକ ବନମାଳିପୁର ଅଞ୍ଚଳର କୁଶଭଦ୍ରା ସାଂସ୍କୃତିକ ପରିଷଦ ପକ୍ଷରୁ ବନମାଳିପୁର ସ୍ଥିତ ଦେବୀ ମଣ୍ଡପରେ ଦେବୀଙ୍କୁ ପୂଜା କରାଯାଉଛି । ଦୀର୍ଘ ୪୮ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ମା' ଦୁର୍ଗାଙ୍କୁ ପୂଜା କରାଯାଏ । ଦଶହରା ପାଇଁ ବହୁ ଦୋକାନ ବଜାର ଖୋଲା ରହିଛି । ସେହିପରି ବନମାଳୀପୁର ଅଞ୍ଚଳରେ ଆଉ ଏକ ସ୍ଥାନରେ ପାର୍ବତୀ ସାଂସ୍କୃତିକ ପରିଷଦ ପକ୍ଷରୁ ବନମାଳିପୁର ସ୍ଥିତ ହର ପାର୍ବତୀ ମଣ୍ଡପରେ ହର ଏବଂ ପାର୍ବତୀ ଙ୍କ ପୂଜାପାଠ କରାଯାଉଛି । ଆଜିକୁ ୨୩ ବର୍ଷ ହେଲା ଏଠାରେ ହର ପାର୍ବତୀଙ୍କୁ ପୂଜା କରାଯାଉଛି।‌ ଦର୍ଶନ ଲାଗି ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସବୁଆଡ଼େ ସିସିଟିଭି କ୍ୟାମେରା ଲଗାଯାଇଛି । ଏବଂ ଭିଡ଼କୁ ଦୃଷ୍ଟିରେ ରଖି ବାଲିପାଟଣା ପୋଲିସ ମୁତୟନ କରାଯାଇଥିବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । 


ଏହା ମଧ୍ୟ ପଢନ୍ତୁ: ଶରଦୀୟ ଦୁର୍ଗା ପୂଜାର ଶେଷ ଦିନ, ମା’ଙ୍କୁ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.