ଶରଦୀୟ ଦୁର୍ଗା ପୂଜାର ଶେଷ ଦିନ, ମା’ଙ୍କୁ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ

By ETV Bharat Odisha Team

Published : Oct 24, 2023, 6:43 PM IST

thumbnail

ଭୁବନେଶ୍ବର: ଚାଲିଛି ମା’ ଦଶଭୂଜାଙ୍କ ବିଜୟା ଦଶମୀ ପୂଜା । ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ଆଜିର ଦିନକୁ ମହାଆଡମ୍ବର ସହ ପୂଜା କରାଯାଏ ।  ଏହାସହ ଚଳିତ ଶାରଦୀୟ ଦିର୍ଗା ପୂଜାର ଆଜି ହେଉଛି ଶେଷ ଦିବସ । ବିଭିନ୍ନ ମଣ୍ଡପରେ ହୋମଯଜ୍ଞ ସହ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ଗଗନ ପବନ । ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପରେ ନାହିଁ ନଥିବା ଭିଡ ଜମୁଛି । ଭକ୍ତ ମା’ଙ୍କୁ ଦର୍ଶନ କରିବା ସହ ମା’ଙ୍କ ଆଶିଷ ଭିକ୍ଷା କରିଛନ୍ତି । ତେବେ ଭୁବନେଶ୍ବରର ଭିଏସଏସ ନଗରରେ ବିଜୟ ଦଶମୀ ବେଶ ଆଡମ୍ବରରେ ପାଳନ କରାଯାଉଛି । 45 ବର୍ଷଧରୀ ଏହି ମଣ୍ଡପରେ ପୂଜା କରାଯାଇ ଆସୁଛି ମା’ ଜଗତଜନନୀଙ୍କୁ । କେଦାରନାଥ ମନ୍ଦିର ଥିମରେ ମା’ଙ୍କ ତୋରଣ କରାଯାଇଛି । ତେବେ ଆଜି ଶାରଦୀୟ ପୂଜାର ଅନ୍ତିମ ଦିନ ହୋଇଥିବା ବେଳେ ଭକ୍ତ ଭାବବିହ୍ବଳିତ ହୋଇଯାଇଛନ୍ତି । ଦହି ପଖାଳ ଓ ସାଗ ଭଜା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଭାବେ ଦେବା ପାଇଁ ମଣ୍ଡପ ପକ୍ଷରୁ ଆୟୋଜନ କରାଯାଇଛି । ଏହାସହ କାଲି ମା’ଙ୍କ ଭସାଣୀ କରାଯିବ ବୋଲି ମଣ୍ତପ କର୍ମକର୍ତ୍ତା କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.