ଗିରଫ ଡ୍ରାଇଭରଙ୍କୁ ନ ଛାଡିଲେ ଆନ୍ଦୋଳନରୁ ଓହରିବୁନି: ଡ୍ରାଇଭର ସଂଘ

By

Published : Mar 17, 2023, 5:21 PM IST

thumbnail

ଅନୁଗୋଳ: ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଲୋକଙ୍କୁ ହଇରାଣ କରାଉଥିବା ଦେଖିବାକୁ ମିଳିଛି  । ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଅଚଳାବସ୍ଥା ଦେଖା ଦେଇଛି । ଦାବି ପୂରଣ ପାଇଁ ସରକାର ତିନି ମାସ ମହଲତ ମାଗିଥିବା ସତ୍ତ୍ବେ ପୁଣି ଜାରି ରହିଛି ଆନ୍ଦୋଳନ । ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ସହ ମୁହାଁମୁହିଁ ହେବା ଯୋଗୁଁ ଯୋଉଁ ଡ୍ରାଇଭରମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ନ ଛାଡିଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ରାଜ୍ୟ ମଟର ଚାଳକ ସଂଘର ସଭାପତି ଅକ୍ଷୟ କୁମାର ନାୟକ କହିଛନ୍ତି । ତେବେ କୌଣସି ସ୍ଥାନରେ ଆନ୍ଦୋଳନ ବନ୍ଦ କରାଯାଇ ନଥିବା ସେ କହିଛନ୍ତି  । କିନ୍ତୁ କେତେକ ସ୍ଥାନରେ ପୋଲିସ କିଛି ଡ୍ରାଇଭରଙ୍କୁ ଗିରଫ କରି ନେଇଛି । ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ନଛାଡିଲେ ପିଲାଛୁଆଙ୍କୁ ନେଇ ପୁଣି ଆନ୍ଦୋଳନଙ୍କୁ ଓହ୍ଲାଇବାକୁ ରାଜ୍ୟ ମଟର ଚାଳକ ସଂଘ ଚେତାବନୀ ଦେଇଛି  । ଆଉ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ଛାଡିଦେଲେ ଆନ୍ଦୋଳନରୁ ଓହରିବେ ବୋଲି ସଂଘ କହିଛି । ଏହାଛଡା ସରକାର ଯେଉଁ ଲିଖିତ ପ୍ରତିଶୃତି ଦେଇଛନ୍ତି ତାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଅକ୍ଷୟ କୁମାର ନାୟକ କହିଛନ୍ତି  । ଏନେଇ ଆମ ପ୍ରତିନିଧି ରାଜ୍ୟ ମଟର ଚାଳକ ସଂଘର ସଭାପତି ଅକ୍ଷୟ କୁମାର ନାୟକଙ୍କ ସହ ଆଲୋଚନା କରିଛନ୍ତି  ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.