ମିଳିଲେନି ଡ୍ରାଇଭର, ବରଯାତ୍ରୀ ଧରି 28KM ଚାଲି ଚାଲି କନ୍ୟାଘରେ ପହଞ୍ଚିଲା ବର

By

Published : Mar 17, 2023, 9:48 PM IST

Updated : Mar 17, 2023, 11:06 PM IST

thumbnail

ରାୟଗଡ଼ା: ଧାର୍ଯ୍ୟ ହୋଇସାରିଥିଲା ବାହାଘର ତାରିଖ  । ବାହାଘର ନେଇ ଉଭୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା  । ବର ଅପେକ୍ଷାରେ ରହିଥିଲେ କନ୍ୟାପକ୍ଷ  । ବରଯାତ୍ରୀ ପାଇଁ ଚାରିଟି ଗାଡ଼ି ମଧ୍ୟ ବୁକ କରାଯାଇଥିଲା, ହେଲେ ଗାଡ଼ି ନେଇ ଆସିଲେନି ଡ୍ରାଇଭର  । ନିରୁପାୟ ହୋଇ ୨୮ କିମି ଚାଲିଚାଲି କନ୍ୟାଘରେ ପହଞ୍ଚିଲେ ବରପକ୍ଷ  । ୧୦ ଦଫା ନେଇ ରାଜ୍ୟବ୍ୟାପୀ ତିନିଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ଡ୍ରାଇଭର ମହାସଂଘ  । ଏହି ଆନ୍ଦୋଳନର ପ୍ରଭାବ ବାହାଘରରେ ଦେଖିବାକୁ ମିଳିଛି  । ରାୟଗଡ଼ା ଜିଲ୍ଲା ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ । କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ପର୍ଥିଗୁଡ଼ା ଗ୍ରାମର ରମେଶ ପ୍ରାସ୍କା ସେହି ପଞ୍ଚୟତ ଅନ୍ତର୍ଗତ ଡିବାଲୁପାଡୁ ଗ୍ରାମର ରମି ହିକକାଙ୍କୁ ବିବାହ କରିବା ପାଇଁ ଗତ ଗୁରୁବାର ତାରିଖ ଧାର୍ଯ୍ୟ ହୋଇଥିଲା  । ତାରିଖ ଅନୁଯାୟୀ ଉଭୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା  । 

ହେଲେ ରାଜ୍ୟରେ ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁଁ କୌଣସି ଡ୍ରାଇଭର ମିଳିନଥିଲେ  । ଶେଷରେ ନିରୁପାୟ ହୋଇ ବରପକ୍ଷ ବରଯାତ୍ରୀ ଧରି ପ୍ରାୟ ୨୮କିମି ଚାଲିଚାଲି କନ୍ୟାଘରେ ପହଞ୍ଚିଥିଲେ  । ୬ଟାରୁ ବାହାରି ରାତି ୩ଟାରେ ପହଞ୍ଚିଥିବା ବର ରମେଶ ପ୍ରାସ୍କା କହିଛନ୍ତି । ବରଯାତ୍ରୀ ପହଞ୍ଚିବା ପରେ ବାହାଘର ହୋଇଛି । ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ସାରା ରାଜ୍ୟବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେଉଁଠି ପେଟ୍ରୋଲର ଅଭାବ ଦେଖାଦେଇଥିବାବେଳେ ଆଉ କେଉଁଠି ଚଢ଼ା ଦରରେ ପନିପରିବା ବିକ୍ରି ହେଉଛି  । ବାହାଘରରେ ମଧ୍ୟ ଏହାର ପ୍ରଭାବ ସିଧାସଳଖ ପଡ଼ିଛି  । ୧୦ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାର ୩ ମାସର ମହଲତ ମାଗିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଡ୍ରାଇଭର ସଂଘ  । ଏବେ ସ୍ଥିତି ସାମାନ୍ୟ ହେବ ବୋଲି ଆଶା  । ଇଟିଭି ଭାରତ, ରାୟଗଡ଼ା 

Last Updated : Mar 17, 2023, 11:06 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.