ଅପରେସନ ପାଇଁ ଟଙ୍କା ମାଗି ହରଡଘଣାରେ ଡାକ୍ତର, ସିଡିଏମଓଙ୍କୁ ଘେରିଲା ଓକିଲ ସଂଘ

By

Published : Apr 27, 2023, 7:52 PM IST

thumbnail

କେନ୍ଦୁଝର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଗୁଛି ହଜାର ହଜାର ଟଙ୍କା । ସାମନ୍ୟ ଅପରେସନ ପାଇଁ ଟଙ୍କା ମାଗି ଅଡୁଆରେ ଡାକ୍ତରୀ ବାବୁ ।  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏକ ଦୁଇ ବର୍ଷର ଶିଶୁ କନ୍ୟାର ଆଙ୍ଗୁଠି ଅପରେସନ କରିବା ନେଇ ଡାକ୍ତର ଚାଳିଶ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି ।  ଗତକାଲି(ଗୁରୁବାର) ଘଟଗାଁ ବ୍ଲକ ଲିପ୍ସା ମୁଣ୍ଡା ନାମକ ଦୁଇ ବର୍ଷ ଶିଶୁ କନ୍ୟାର ଗୋଟିଏ ହାତରେ ଛଅଟି ଆଙ୍ଗୁଠି ଅଛି । ଏହାକୁ ଅପରେସନ କରିବା ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଦେଖି ଏହା ଚିକିତ୍ସାଳୟରେ ଅପରେସନ ହେବ ନାହିଁ ବୋଲି କହିଥିଲେ । ନର୍ସିଂହୋମରେ ଚାଳିଶ ହଜାର ଟଙ୍କା ଆଣିଲେ ଅପରେସନ କରିବା ନେଇ ପ୍ରକାଶ କରିଥିଲେ । ଉକ୍ତ ଖବର ଜିଲ୍ଲା ଓକିଲ ସଂଘ ନିକଟରେ ପହଞ୍ଚିବା ପରେ ସଂଘ କର୍ମକର୍ତ୍ତା ଉତକ୍ଷିପ୍ତ ହୋଇଥିଲେ । ଏନେଇ ଆଜି ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ନେତୃତ୍ୱରେ ଶତାଧିକ ଓକିଲ ସିଡିଏମଓଙ୍କୁ ଘେରାଉ କରିବା ସହ ଗରିବ ଝିଅଟି ପାଇଁ ନ୍ୟାୟ ମାଗିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.