ବାଇଡେନଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, କ’ଣ ରହିଛି ଏହି ହୀରାର ବିଶେଷତ୍ବ

By

Published : Jun 22, 2023, 5:15 PM IST

thumbnail

ଓ୍ବାଶିଂଟନ: ଆମେରିକା ଗସ୍ତରେ ଗସ୍ତର ଦ୍ବିତୀୟ ଦିନରେ ହ୍ବାଇଟ ହାଉସର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀଙ୍କୁ କିଛି ବିଶେଷ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜିଲ ବାଇଡେନଙ୍କୁ 7.5 କ୍ୟାରେଟର ଏକ ଗ୍ରୀନ ଡାଇମଣ୍ଡ ଉପହାର ଦେଇଛନ୍ତି । ଏହା ହୀରା ବ୍ୟବସାୟ ପାଇଁ ସମଗ୍ର ବିଶ୍ବରେ ପରିଚୟ ବହନ କରୁଥିବା ସୁରଟରେ ପ୍ରସ୍ତୁତ କରାଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଏହା କୌଣସି ପ୍ରକୃତିକ ହୀରା ନୁହେଁ ବରଂ ଲ୍ୟାବରେ ତିଆରି ହୋଇଛି । ଏହାର ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ମଧ୍ୟ । ଏଥିରେ କେମିକାଲ ଓ ଅପଟିକାଲର ଗୁଣ ରହିଛି । କାରଣ ଏହାକୁ ତିଆରି କରିବା ସମୟରେ ସୌରଶକ୍ତି ଏବଂ ପବନ ଶକ୍ତି ବ୍ୟବହୃତ ହୋଇଛି ।

ଏହି ହୀରା ସହ ପ୍ରଧାନମନ୍ତ୍ରୀ ଅନ୍ୟ କିଛି ବିଶେଷ ସାମଗ୍ରୀ ମଧ୍ୟ ଉପହାର ସ୍ବରୂପ ବାଇଡେନ ଦମ୍ପତିଙ୍କୁ ଭେଟି ଦେଇଛନ୍ତି । ଏଥି ମଧ୍ୟରେ ପଞ୍ଜାବର ଘିଅ, ରାଜସ୍ଥାନର ହାତରେ ତିଆରି ହୋଇଥିବା 24 କ୍ୟାରେଟ ହଲମାର୍କର ସୁନା ମୁଦ୍ରା, 99.5% କ୍ୟାରେଟ ସିଲଭର ମୁଦ୍ରା, ଉତ୍ତର ପ୍ରଦେଶର ଚାଉଳ, ଗୁଜୁରାଟର ଲୁଣ, ମହାରାଷ୍ଟ୍ରର ଗୁଡ, ତାମିଲନାଡୁର ରାଶି, କର୍ଣ୍ଣାଟକ ମହୀଶୁରର ଚନ୍ଦନ କାଠ, ପଶ୍ଚମବଙ୍ଗର ହାତରେ ତିଆରି ହୋଇଥିବା ରୂପାର ନଡିଆ ଏବଂ ଭଗବାନ ଗଣେଷଙ୍କ ପ୍ରତିମୂର୍ତ୍ତି ସହିତ ଏକ ଦୀପ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଉପହାର ଆକାରରେ ଦେଇଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.