"କେନ୍ଦ୍ର ସରକାରଙ୍କ ଚାପରେ କେଜ୍ରିୱାଲଙ୍କୁ ସମନ କରିଛି ଇଡ଼ି"

By ETV Bharat Odisha Team

Published : Dec 24, 2023, 8:47 AM IST

thumbnail

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡ଼ିର ନୋଟିସ କରିବା ଘଟଣା । ହେଲେ କେଜ୍ରିୱାଲ ହାଜର ହେବା ବଦଳରେ ଇଡି ସମନର ଜବାବ ପଠାଇଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଦିଲ୍ଲୀର ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡ଼ି ଜାଣିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 10 ଦିନ ପାଇଁ ଭିପାସାନାରେ ଅଛନ୍ତି । ଯଦି କୌଣସି ବ୍ୟକ୍ତି ଭିପାସାନାକୁ ଯାଆନ୍ତି ତେବେ ସେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥାନ୍ତି । ତାଙ୍କ ପାଖରେ କୌଣସି ଫୋନ୍ କିମ୍ବା ଖବରକାଗଜର ବ୍ୟବସ୍ଥା ନଥାଏ । ଏହାସହ ତାଙ୍କୁ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥା ନଥାଏ । ହେଲେ ଇଡ଼ି କହୁଛି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଦିଆଯାଇଛି । ହେଲେ ଏହି ସମନକୁ କିଏ ଗ୍ରହଣ କରିଛନ୍ତି । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି । ଏହାର ଅର୍ଥ ହେଉଛି ଇଡ଼ି କୌଣସି ଆଇନ କିମ୍ବା ନ୍ୟାୟିକ ପ୍ରକ୍ରିୟାରେ କରିବାକୁ ଚାହୁଁନି । ସେମାନେ କେବଳ କେନ୍ଦ୍ର ସରକାରଙ୍କ ଚାପରେ ଏହି ସମନ ଜାରି କରିଛନ୍ତି । "

ଏହା ମଧ୍ୟ ପଢନ୍ତୁ: ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିୱାଲ ବିପାସନା ସାଧାନା ପାଇଁ ହିମାଚଳ, ବେଙ୍ଗାଲୁରୁ, ମହାରାଷ୍ଟ୍ରର କୌଣସି ଏକ ସ୍ଥାନକୁ ଯାଆନ୍ତି । ହେଲେ ଏଥର ପ୍ରଥମ ଥର ସେ ପଞ୍ଜାବର ହୋଶିଆରପୁର ଯାଇଛନ୍ତି । ବିପାସନା ସାଧନା ନିୟମ ଅନୁସାରେ, କେଜ୍ରିୱାଲ ୧୦ ଦିନ ପର୍ଯ୍ୟନ୍ତ କାହା ସହ ଯୋଗାଯୋଗରେ ରହିବେ ନାହିଁ । ତାଙ୍କର ଅନୁପସ୍ଥିତିରେ ମନ୍ତ୍ରୀ ଆତିଶୀ ସମସ୍ତ କାର୍ଯ୍ୟଭାର ସମ୍ଭାଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.