Marine Drive Mumbai: ମାଡି ଆସୁଛି ଉଚ୍ଚ ଜୁଆର

By

Published : Jun 14, 2023, 6:38 PM IST

thumbnail

ମୁମ୍ବାଇ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଏବେ ଦେଶର ପଶ୍ଚିମ ପ୍ରାନ୍ତ ପାଇଁ ବିପଦ ନେଇ ଆସୁଛି । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏବେ ଗୁଜୁରାଟ, ମହାରାଷ୍ଟ୍ର ଓ ରାଜସ୍ଥାନ ସରକାର ଆଲର୍ଟରେ । ଗୁଜୁରାଟ ଉପକୂଳରୁ ବର୍ତ୍ତମାନ ସୁଦ୍ଧା 50 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ବିପର୍ଯ୍ୟୟର ପ୍ରଭାବ ମୁମ୍ବାଇ ଉପକୂଳ ସମେତ ପୁରା ରାଜ୍ୟରେ ପଡିବାକୁ ଯାଉଛି । ମୁମ୍ବାଇ ମେରାଇନ ଡ୍ରାଇଭ ରୋଡରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ମୁମ୍ବାଇ ମେରାଇନ ଡ୍ରାଇଭ ଜନବସତି ଅଞ୍ଚଳ ହୋଇଥିବାରୁ ରାଜ୍ୟ ସରକାର ଏଠି ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମେରାଇନ ଡ୍ରାଇଭରେ ସମୁଦ୍ର ଅଶାନ୍ତ ହୋଇଥିବା ବେଳେ, ଉଚ୍ଚ ଜୁଆର କୂଳ ଲଙ୍ଘି ଜନବସତି ଆଡକୁ ଆସୁଛି । ସମ୍ଭାବ୍ୟ ବିପର୍ଯ୍ୟୟକୁ ଦେଖି ରାଜ୍ୟ ସରକାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ଦେଖନ୍ତୁ ମୁମ୍ବାଇ ମେରାଇନ ଡ୍ରାଇଭ ଦୃଶ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.