Cyber Safety Campaign: ଢେଙ୍କାନାଳରେ ମିନି ମାରଥନ ଜରିଆରେ ସଚେତନତା

By ETV Bharat Odisha Team

Published : Oct 8, 2023, 9:15 PM IST

thumbnail

ଢେଙ୍କାନାଳ: ସାଇବର ଅପରାଧ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ l ଜନସାଧାରଣଙ୍କୁ ସଚେତନ ପାଇଁ ଢେଙ୍କାନାଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆଜି ସ୍ଥାନୀୟ ମିନିଷ୍ଟାଡିୟମ ଠାରୁ ଏକ ମିନି ମାରାଥନ ଆରମ୍ଭ ହୋଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ମାରାଥନକୁ ଉଦଘାଟନ କରିଥିଲେ । ଏହି ମାରାଥନ ମିନି ଷ୍ଟାଡିୟମ ଠାରୁ ବାହାରି ସହର ପରିକ୍ରମା କରିଥିଲା ।

ଏହା ବି ପଢନ୍ତୁ...Cyber Awareness Campaign: ମାରାଥନ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା


ଢେଙ୍କାନାଳ ବନଖଣ୍ଡ ଅଧିକାରୀ, ଏସପି ଜ୍ଞାନରଞ୍ଜନ ମହାପାତ୍ର, ପକଳ୍ପ ନିର୍ଦ୍ଦେଶକଙ୍କ ସମେତ ପୋଲିସ ଅଧିକାରୀମାନେ ଏହି ମିନି ମାରାଥନରେ ସାମିଲ ହୋଇଥିଲେ । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀ ଏହି ମାରାଥନରେ ଯୋଗଦେଇଥିଲେ । ଜିଲ୍ଲାକୁ ସାଇବର ଅପରାଧମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସାଇବର ଅପରାଧର ଶିକାର ନହେବା ପାଇଁ ଲୋକମାନଙ୍କୁ ନାଟକ ମାଧ୍ୟମରେ ସଚେତନତା କରାଯାଇଛି l 

ଇଟିଭି ଭାରତ, ଢେଙ୍କାନାଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.