ମାଆଙ୍କ ଦର୍ଶନ ପାଇଁ ହ୍ୱିଲ୍‌ ଚେୟାରରେ ଆସିଥିଲେ ବୃଦ୍ଧା, ଦର୍ଶନ କରାଇଲେ କନେଷ୍ଟବଳ ନବୀନ

By

Published : Apr 19, 2023, 10:04 PM IST

thumbnail

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ବେଶ ଆଡମ୍ବରରେ ଚାଲିଛି ମା' ବୁଢୀ ଠାକୁରାଣୀ ଯାତ୍ରା ।  ମାଆଙ୍କ ଦର୍ଶନ କରିବା ପାଇଁ  ହ୍ବିଲ୍‌ ଚେୟାରରେ ଆସିଥିବା ଜଣେ ବୃଦ୍ଧାଙ୍କୁ ଗହଳି ମଧ୍ୟରେ ଟେକି ନେଇ ଦର୍ଶନ କରାଇଛନ୍ତି ଜଣେ କନେଷ୍ଟବଳ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ଅଷ୍ଟମ ବାଟାଲିୟନ୍‌ରେ କାର୍ଯ୍ୟରତ ସିପାହୀ ନବୀନ ଦାସଙ୍କ ଏଭଳି କାର୍ଯ୍ୟ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପ ପରିସରରେ ଦେଖିବାକୁ ମିଳିଛି । ରାଜ୍ୟ ତଥା ଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ସାମରିକ ବାହିନୀଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କ ଅନେକ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି ।  

ଗତ ଦୁଇ ଦିନ ତଳେ ନବୀନ ଅସ୍ଥାୟୀ ମନ୍ଦିରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ହଠାତ୍ ଜଣେ ବୟସ୍କା ମହିଳା ଅସ୍ଥାୟୀ ମନ୍ଦିର ସମୁଖରେ ପହଞ୍ଚିଥିଲେ ଆଉ ସେହି ସମୟରେ ମନ୍ଦିରରେ ଅତ୍ୟଧିକ ଭିଡ଼ ରହିଥିଲା । ଭିଡ ମଧ୍ୟରେ ହ୍ବିଲ୍ ଚେୟାରରେ ମାଆଙ୍କ ନିକଟରେ ବୃଦ୍ଧା ଜଣଙ୍କ ପହଞ୍ଚିବା ସମ୍ଭବ ନଥିବା ବେଳେ ତାଙ୍କୁ ସାଙ୍ଗରେ ନେଇ ଆସିଥିବା ଗାର୍ଡ୍ ଜଣଙ୍କ ମଧ୍ୟ ବୃଦ୍ଧା ମହିଳାଙ୍କୁ ଉଠାଇ ନେବା ସକ୍ଷମ ନଥିଲେ ।   ଏହାପରେ ବୃଦ୍ଧାଙ୍କୁ ଟେକି ନେଇ ମାଆଙ୍କ ଦର୍ଶନ କରାଇଥିଲେ କନେଷ୍ଟବଲ ନବୀନ ଦାସ । ନବୀନଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ମିଳିବାରେ ଲାଗିଛି । 

ଇଟିଭି ଭାରତ, ବ୍ରହ୍ମପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.