CNG ଗ୍ୟାସ ଲିକ୍, ଭୟଭୀତ ଲୋକେ !

By

Published : Apr 17, 2023, 3:49 PM IST

thumbnail

ପୁରୀ: ପୁରୀ ମାଳତିପାଟପୁର ଠାରେ ଅଘଟଣ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ସିଏନଜି ଗ୍ୟାସ ଲିକ୍ । ମାଳତିପାଟପୁର ଛକ ନିକଟରେ ସିଏନଜି ଗ୍ୟାସ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରାକରେ କିଛି ସିଲିଣ୍ଡରରେ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ ଲିକ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଗ୍ୟାସ୍ ସିଲିଣ୍ଡର୍ ଲିକ୍ ହେବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସ୍ଥାନୀୟ ଲୋକେ ହୋ ହାଲ୍ଲା କରିବା ପରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଗାଡ଼ିରୁ ଓହ୍ଲାଇ ବାହାରକୁ ଚାଲି ଆସିଥିଲେ । ଖବର ପାଇ ଘଟଣାସ୍ଥଳରେ  ତୁରନ୍ତ ଗେଲ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଭେଇକିଲ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସହ କେମିକାଲ ପକାଇ ବିଷାକ୍ତ ଧୂଆଁକୁ ଆୟତ୍ତ କରିଥିଲା । ଫଳରେ ଏକ ବଡ଼ ଅଘଟଣ ସମ୍ପୂର୍ଣ୍ଣ ଟଳି ଯାଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.