ବରଗଡରେ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

By ETV Bharat Odisha Team

Published : Dec 6, 2023, 9:30 AM IST

thumbnail


ବରଗଡ: ଜିଲ୍ଲାରେ ପ୍ରଥମ ଥର ପାଇଁ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବରଗଡ଼ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ସେଥିରୁ ବର୍ତ୍ତି ନାହାନ୍ତି । ଏନେଇ ଶିଶୁ କର୍କଟ ରୋଗ ଉପରେ କାମ କରୁଥିବା ବରଗଡ଼ର କ୍ୟାନ୍ସର ସରଭାଇବର୍ସ ଫାଇଟର୍ସ ଗୃପ ପକ୍ଷରୁ ବିଭିନ୍ନ ବ୍ଲକରେ  ଶିଶୁ କର୍କଟ ସଚେତନତା ସଂପର୍କୀତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ କାରଯାଉଛି । ତେବେ ଭୁବନେଶ୍ୱର ସ୍ବେଚ୍ଛାସେବୀ ସଂସ୍ଥା ଉମ୍ମିଦେଁ ଓ କ୍ୟାନ୍ସର ସରଭାଇବର୍ସ ଫାଇଟର୍ସ ଗୃପ  ପକ୍ଷରୁ ପୂର୍ବରୁ ସୋହେଲାଠାରେ ଶିଶୁ କର୍କଟ ସଚେତନତା ସଂପର୍କୀତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଗତକାଲି ବିଜେପୁର ଠାରେ ଏହି କାର୍ଯ୍ୟକ୍ରମ କରଯାଇଥିଲା । ଜିଲ୍ଲାର ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଶିଶୁ କ୍ୟାନ୍ସର ସଚେତନତା ରାଲି ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  

ଏହା ମଧ୍ୟ ପଢନ୍ତୁ- ଶିଶୁଙ୍କୁ କ୍ୟାନ୍ସରକୁ ନେଇ ସଚେତନତା, ବରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ତେବେ ଏହି ସଚେତନତା ରାଲିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏହି ରାଲିରେ ରେଡେନ୍ସା କଲେଜ ଛାତ୍ରଛାତ୍ରୀ, ବିଜେପୁରର ଗାୟତ୍ରୀ ପରିବାର ଏବଂ ବରିଷ୍ଠ ନାଗରିକ ସଂଘ ଯୋଗଦାନ କରିଥିଲେ । ଶିଶୁ କ୍ୟାନ୍ସର କିପରି ଶୀଘ୍ର ଚିହ୍ନଟ କରାଯାଇ ତାର ଚିକିତ୍ସା କରାଯାଇପାରିବ ତାହା ଏହି ରାଲିର ମୁଖ୍ୟ ଉଦେଶ୍ୟ ରହିଥିଲା । ଏହି ସଚେତନତା ରୋଲି ସମାପ୍ତ ହେବା ପରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଶିଶୁ କ୍ୟାନ୍ସର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଜନସାଧାରଣ ମଧ୍ୟ ଶିଶୁ କ୍ୟାନ୍ସରକୁ ନେଇ ବିଭିନ୍ନ ପ୍ରଶ୍ନ ଉପସ୍ଥାପନା କରିଥିବାବେଳେ ଉମିଦେଁ ସଂଗଠନର ଅଧ୍ୟକ୍ଷ ନିତାଇ ଗୌର ପାଣିଗ୍ରାହୀ ଉକ୍ତ ପ୍ରଶ୍ନମାନଙ୍କର ଉତ୍ତର ରଖିଥିଲେ । ତେବେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ମଧ୍ୟ ଏପରି ସଚେତନତା କାର୍ଯ୍ୟକ୍ରମ ରହିଥିବା ନେଇ ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ଵିନୀ ଦର୍ଜି ସୂଚନା ଦେଇଛନ୍ତି  ।  

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.