ପୁରୀରେ ପ୍ରଧାନ ବିଚାରପତି, ମହାପ୍ରଭୁଙ୍କୁ ଦର୍ଶନ କରି ହେଲେ ଭାବବିହ୍ବଳ

By

Published : May 5, 2023, 6:15 PM IST

thumbnail

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଭାରତର ପ୍ରଧାନ ବିଚାରପତି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ସମେତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ସ୍ଵାଗତ କରିଥଲେ । ପରେ ସେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ ।

ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିଲେ । ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ସେ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ପରେ ଦେବୀ ବିମଳା, ମା' ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ସାକ୍ଷୀଗୋପାଳ ମନ୍ଦିର, କାନପତା ହନୁମାନ ମନ୍ଦିର ଯାଇ ଦର୍ଶନ କରିଥଲେ । ତେବେ ମହାପ୍ରଭୁଙ୍କୁ ଦର୍ଶନ ସମୟରେ ଅତି ଭାବବିହ୍ଵଳିତ ହୋଇ ପଡ଼ିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବା ପୂର୍ବରୁ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ତେବେ ଏହି ପ୍ରଧାନ ବିଚାରପତି ଭାବେ ଅଧିଷ୍ଠିତ ହେବା ପରେ ଏହା ତାଙ୍କର ପ୍ରଥମ ଶ୍ରୀମନ୍ଦିର ଗସ୍ତ । ଶ୍ରୀମନ୍ଦିର ନୀତିକାନ୍ତି, ପରମ୍ପରା ଆଦି ବିଷୟରେ ପଚାରି ବୁଝିଥିଲେ । ଶ୍ରୀମନ୍ଦିରରୁ ସେ ପ୍ରତ୍ୟାବର୍ତ୍ତନ କରିବା ସମୟରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ, ପଟ୍ଟଚିତ୍ର ଓ ମହାପ୍ରସାଦ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.