କଲେଜ ଛାତରୁ ଖସିଲା ପ୍ଲାଷ୍ଟର, ନିମ୍ନମାନର କାମ ହୋଇଥିବା ଅଭିଯୋଗ
ବାଲେଶ୍ୱର: କଲେଜ ଛାତରୁ ଖସିଲା ପ୍ଲାଷ୍ଟର । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କଲୋଜରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ । ତେବେ ବାଲେଶ୍ୱର ଜିଲ୍ଲା ବସ୍ଥା ବ୍ଲକ ଅମର୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ସୁଚନା ଅନୁସାରେ, ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟକୁ ରାଜ୍ୟ ସରକାର 5ଟି ଯୋଜନାରେ ଅର୍ନ୍ତଭୁକ୍ତ କରି ଏହାର ନବକଳେବର ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏବେ ଏହି କଲେଜରେ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । କଲେଜର ଉପର ମହଲାରେ ଛାତ ଗୁଡିକର ମରାମତି କରାଯାଇ ପ୍ଲାଷ୍ଟର କରାଇଛି । ମାତ୍ର ମରାମତିର ୧୫ ଦିନ ନପୁରୁଣୁ ଛାତରୁ ପ୍ଲାଷ୍ଟର ଖସିଛି । ପାଖାପାଖି ୨୦ ସ୍କୋୟାର ଫୁଟ୍ ପ୍ଲାଷ୍ଟର ଖସିଥିବା ଜଣାପଡ଼ିଛି ।
ସୌଭାଗ୍ୟ ବସତଃ ବସିଥିବା ପିଲାମାନଙ୍କର କୌଣସି କ୍ଷତି ହୋଇ ନଥିଲା । ଏବେ ମଧ୍ୟ ଛାତରେ ପ୍ଲାଷ୍ଟର ଛାଡ଼ି ରହିଥିବାରୁ କେତେବେଳେ ଖସିବ ତାହା କହି ହେବ ନାହିଁ । ଏନେଇ ବସ୍ତା ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ଜଣାପଡିଛି । ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରି ଏହାର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଏମିତି କାର୍ଯ୍ୟ ପାଇଁ ପିଲାମାନେ ଦୁର୍ଘଟଣାରେ ପଡୁଥିବା ଘଟଣା ସାମ୍ନାକୁ ଆସୁଛି ।
ଏହା ମଧ୍ୟ ପଢ଼ନ୍ତୁ.......ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର, ଶିକ୍ଷୟିତ୍ରୀ ଓ ସିଆରସିସି ଆହତ
ଇଟିଭି ଭାରତ, ବାଲେଶ୍ବର