ETV Bharat / state

ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର, ଶିକ୍ଷୟିତ୍ରୀ ଓ ସିଆରସିସି ଆହତ

author img

By

Published : Jul 20, 2023, 11:00 AM IST

Updated : Jul 20, 2023, 12:46 PM IST

5t ରୂପାନ୍ତରିତ ସ୍କୁଲ ନିର୍ମାଣରେ ବ୍ୟାପକ ଦୁର୍ନୀତି । ତାଳଦା ପଢ଼ିଆରୀ ବିଦ୍ୟାପୀଠରେ ଅଫିସ୍ ଗୃହ ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସି ଆହତ । ଅଧିକ ପଢନ୍ତୁ

ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର
ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର

ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର

ପୁରୀ: ଅସ୍ତରଙ୍ଗ ବ୍ଲକ୍ ତାଳଦା ପଞ୍ଚାୟତ ତାଳଦା ପଢ଼ିଆରୀ ବିଦ୍ୟାପୀଠରେ ଅଘଟଣ । ବିଦ୍ୟାଳୟର କାର୍ଯ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ସିଆରସିସି ତ୍ରିଲୋଚନ ବେହେରା ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ରହିଛନ୍ତି । ଉଭୟ ଆହତଙ୍କୁ ନିକଟସ୍ଥ ଜଗତସିଂହପୁର ଜିଲ୍ଲାର ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ସେଠାରେ ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ନେଇ ଖବର ମିଳିଛି ।

ସୂଚନା ମୁତାବକ, ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ଗତକାଲି କ୍ଲଷ୍ଟର ସ୍ତରୀୟ ଏକ ବୈଠକ ଆୟୋଜନ ହେବାର ଥିଲା । ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ । ସିଆରସିସି ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ । ଏହି ସମୟରେ ଅଫିସ୍ ଘର ସିଲିଂରୁ ହଠାତ୍ ପ୍ଲାଷ୍ଟର ଖସିଥିଲା । ଫଳରେ ସିଆରସିସି ଓ ଶିକ୍ଷୟିତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତର ଆହତ ହୋଇ ରକ୍ତରେ ଜୁଡୁବୁଡୁ ହୋଇଥିଲେ ।

ଏହି ଅଘଟଣ ପରେ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲା ମାଛଗାଁ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆଶୁ ଚିକିତ୍ସା କରାଇଥିଲେ । ସେଠାରେ ଉଭୟଙ୍କ ମୁଣ୍ଡରେ ଷ୍ଟିଚ୍ ପକାଇବା ସମେତ ଡ୍ରେସିଂ କରାଯାଇଥିଲା । କିନ୍ତୁ ଶିକ୍ଷୟିତ୍ରୀ ଜଣକ ଅଧିକ ଗୁରୁତର ଥିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ବିଦ୍ୟାଳୟରେ ହାଉସ ସିଷ୍ଟମ ଆରମ୍ଭ, ଇଂରାଜୀ ସ୍କୁଲ ଭଳି ନୂଆ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢନ୍ତୁ - ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ

ଏହି ଘଟଣା ପରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଅନ୍ୟ କୋଠରୀକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେଠାରେ ଛାତ୍ରଛାତ୍ରୀ ପଢିବା ସୁରକ୍ଷିତ ନୁହେଁ । ଘଟଣାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏଭଳି ଦୁର୍ଘଟଣା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଛି । ଏଣୁ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 20, 2023, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.