Boudh Traditional Dance: ବୌଦ୍ଧର ପାରମ୍ପରିକ ଶବର ଶବରୁଣୀ ନୃତ୍ୟରେ ଅଭିଭୂତ ଗାନ୍ଧୀମାର୍ଗ

By

Published : Jan 26, 2023, 9:46 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ପାଳିତ ହୋଇଛି ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ପାରମ୍ପରିକ ଶବର ଶବରୁଣୀ ନୃତ୍ୟର ସାକ୍ଷୀ ରହିଛି ରାଜଧାନୀର ଗାନ୍ଧୀମାର୍ଗ । ଶ୍ରୀଜଗନ୍ନାଥ ଯୁବକ ସଂଘର ନୃତ୍ୟଶିଳ୍ପୀମାନେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।  ଆମ ରାଜ୍ୟରେ ବିଭିନ୍ନ ଜନଜାତି ସେମାନଙ୍କ ସାଂସ୍କୃତିକ ଗାରିମାକୁ ପ୍ରକାଶ କରିବା ଲାଗି ଏହି ସମାରୋହରେ ଅଂଶଗ୍ରହଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକକଳାକୁ ଶିଳ୍ପୀମାନେ ଏଠାରେ ପ୍ରଦର୍ଶିତ କରିଛନ୍ତି । ନୃତ୍ୟଶିଳ୍ପୀମାନେ ପାରମ୍ପରିକ ବେଶଭୂଷାରେ ଆନନ୍ଦ ଓ ଉଲ୍ଲାସର ସହିତ ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ।  

ନୃତ୍ୟଶିଳ୍ପୀମାନେ ଆମ ରାଜ୍ୟର ଆଦିମ ନୃତ୍ୟକଳା ପରିଚୟକୁ ବଜାୟ ରଖିଛନ୍ତି । ଏହି ସଂଘର ସଦସ୍ୟମାନେ ବିଭିନ୍ନ ବାଦ୍ୟଯନ୍ତ୍ରର ବ୍ୟବହାର କରି ଲୋକକଳା ପ୍ରଦର୍ଶନ କରିଛନ୍ତି । ଆଧୁନିକ ନୃତ୍ୟ ମଧ୍ୟରେ ସେ ଏହି ଆଦିମ କଳାକୁ ବଞ୍ଚାଇ ରଖିଛନ୍ତି । କଳାକାରମାନେ ନୃତ୍ୟ ପରିବେଷଣ କରି ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅଧିକ ଗରିମାମୟ କରିବା ସହ ରସ ଭରି ଦେଇଛନ୍ତି । ଏହି ନୃତ୍ୟକଳା ପରିବେଷଣ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରତାଳି ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.