ବିଧାୟକ ପ୍ରତାପ ଜେନା ଓ ସୁଶାନ୍ତ ସିଂଙ୍କ କୁଶପୁତ୍ତଳିକା ଦାହ

By ETV Bharat Odisha Team

Published : Nov 10, 2023, 10:57 PM IST

thumbnail

ସମ୍ବଲପୁର: ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗୋଲବଜାର ଛକ ଠାରେ 2 ଜଣ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଧାୟକ ପ୍ରତାପ ଜେନା ଓ ସୁଶାନ୍ତ ସିଂ ବିଭିନ୍ନ ଅପରାଧରେ ସମ୍ପୃକ୍ତି ଥିବା ସତ୍ତ୍ବେ ପୋଲିସ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଏହିଭଳି ପ୍ରତିବାଦ କରାଯାଇଛି । "ପୋଲିସ ବିଭାଗ ଉଭୟ ବିଧାୟକଙ୍କୁ ଗିରଫ କରନ୍ତୁ" ବୋଲି ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।

ଏହା ବି ପଢନ୍ତୁ...ବଣାଇ ବିଧାୟକଙ୍କ ଆଇନ ଅମାନ୍ୟ ଆନ୍ଦୋଳନ, ବଣାଇ ବ୍ଲକକୁ ଧସାଇ ପଶିଲେ ଶହ ଶହ କର୍ମକର୍ତ୍ତା

ବିଜେପି ଯୁବ ନେତା ସୌମିତ୍ର ଜତି କହିଛନ୍ତି, "ବିଧାୟକ ସୁଶାନ୍ତ ସିଂ ଓ ବିଧାୟକ ପ୍ରତାପ ଜେନାଙ୍କ ଯୋଗୁଁ ଆଜି ସାରା ରାଜ୍ୟ ବଦନାମ ହେଉଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ଯେଉଁଭଳି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକମାନେ ପଶି ଭଙ୍ଗାରୁଜା କଲେ ତାହା ସିସିଟିଭିରେ ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ? ପୋଲିସ ରାଜ୍ୟ ସରକାରଙ୍କ ହାତ ବାରିସି ସାଜିଛି ।" ଏପରି କହିବା ସହ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି।

ଇଟିଭି ଭାରତ, ସମ୍ବଲପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.