ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବାକୁ ବିଜେପିର ଦାବି

By

Published : Aug 19, 2022, 10:32 PM IST

Updated : Feb 3, 2023, 8:26 PM IST

thumbnail

ନୟାଗଡ଼: ଜିଲ୍ଲାରେ ବନ୍ୟା ବିଭୀଷିକା । ଜିଲ୍ଲାର ଦଶପଲ୍ଲା ଏବଂ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ଗାଁ ହୋଇଛି ଜଳମଗ୍ନ । ଏହାର ପ୍ରଭାବରେ ବ୍ୟାପକ ଧାନ ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି । ଏଥିସହ ଚାଷୀମାନେ ବିଶେଷ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଧାର କରଜ ଏବଂ ଋଣ ଆଣି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି l ଲୋକମାନେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି । ସେପଟେ ଭାପୁର ବ୍ଲକର ମଣିପୁର ଗାଁର ସ୍ଥିତି ଦେଖିଛି ନୟାଗଡ଼ ବିଜେପିର ଏକ ଟିମ । ତେବେ ଫସଲ ନଷ୍ଟ ହେବାକୁ ନେଇ କ୍ଷତିପୂରଣ ଦାବି କରିଛି ବିଜେପି (compensation to flood affected villagers) l ଏଥି ସହ ଉଭୟ ନିର୍ବାଚନ ମଣ୍ଡଳୀକୁ ବନ୍ୟାଞ୍ଚଳ ଘୋଷଣା କରି କ୍ଷତିପୂରଣ ସହାୟତା ରାଶି ଦେବା ପାଇଁ ଦାବି କରିଛନ୍ତି ନୟାଗଡ଼ ବିଜେପି ସଭାପତି ଲାଲା ମନୋଜ ରାୟ l ଇଟିଭି ଭାରତ, ନୟାଗଡ

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.