କେନ୍ଦ୍ର ସରକାରଙ୍କ 9 ବର୍ଷର ପୂର୍ତ୍ତି: ଓଡ଼ିଶା ପ୍ରତି ବିଜେପିର ଅବଦାନ କେତେ ? ପ୍ରଶ୍ନ କଲା ବିଜେଡି

By

Published : Jun 9, 2023, 10:29 PM IST

thumbnail

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ସରକରାଙ୍କ ଉପରେ ବର୍ଷିଲା ବିଜେଡି। କେନ୍ଦ୍ରର ବିଜେପି ନେତାଙ୍କ ଓଡ଼ିଶା ପ୍ରତି କଣ ଅବଦାନ ରିହିଛି । ଓଡ଼ିଶାରେ ବିଜେପି କ’ଣ କରୁଛି। ଯଦି କିଛି କରିଛି ତାହା ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି। ଓଡ଼ିଶାବାସୀଙ୍କୁ ଅବହେଳା କରିଛନ୍ତି । ବିଶ୍ୱାସଘାତ କରିଛନ୍ତି। ସେମାନେ ଓଡି଼ିଶା ବିରୋଧୀ ନେତା। ଯେଉଁ ବିଜେପି ନେତାମାନେ ସାଂସଦ ଭାବେ ବିଜୟୀ ହୋଇ ଯାଇଛନ୍ତି । ସେମାନେ ଓଡିଶାର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ କହିଛନ୍ତି । 

ମୁଖପାତ୍ର ଗୌତମ ବୁଦ୍ଧ ଦାଶ କହିଛନ୍ତି, "ଏହାର ବଡ ପ୍ରମାଣ ଜାତୀୟ ରାଜପଥ ୫୫, କଟକଠାରୁ ସମ୍ବଲପୁର । ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଏହି ଜୀବନ ରେଖା ଆଜି ପାଲଟିଛି ମରଣ ଯନ୍ତା । ଦେଶର ସବୁଠାରୁ ବଡ଼ ବିପଦ ସଙ୍କୁଳ ରାଜପଥ । ୩ବର୍ଷ ମଧ୍ୟରେ ରାଜପଥ ନିର୍ମାଣ ସରିବା କଥା । ୬ବର୍ଷ ବିତି ଯାଇଛି ହେଲେ ସମ୍ପୂର୍ଣ୍ଣ ହୋଇ ନାହିଁ ରାସ୍ତା କାର୍ଯ୍ୟ । ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ 9 ବର୍ଷର ପୂର୍ତ୍ତି ପାଳନ ହେଉଛି ହେଲେ ହରିଜନ ଆଦିବାସୀଙ୍କ ପାଇଁ କଣ କରିଛନ୍ତି କେନ୍ଦ୍ର ସରକାର ତାର ହିସାବ ଦେଉ ।" 
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.