ବିଜେଡି ପ୍ରତିଷ୍ଠା ଦିବସ: ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେଲେ କର୍ମୀ

By ETV Bharat Odisha Team

Published : Dec 26, 2023, 4:49 PM IST

thumbnail

BJD Foundation Day: ଭବାନୀପାଟଣା: ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର ପ୍ରତି ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ଏବଂ ପଞ୍ଚାୟତସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜେଡି ପକ୍ଷରୁ ଭବାନୀପାଟଣାଠାରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଳୟଠାରେ ଫଳ ବଣ୍ଟନ କରାଯାଇଛି ।

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାସିଗାଁ ଠାରେ ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ଆଜିଠାରୁ ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା ମଧ୍ୟ କରାଯାଉଛି । ଏହାସହ ଆଜି ସମସ୍ତ କର୍ମକର୍ତ୍ତାମାନେ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଗାଁକୁ ଯାଇ ଲୋକଙ୍କ ସେବା କରିବା ସହ ସରକାରଙ୍କ ପ୍ରତ୍ୟେକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.