ETV Bharat / state

ବିଜେଡିର ପ୍ରତିଷ୍ଠା ଦିବସ: ସାଇକେଲ ଶୋଭାଯାତ୍ରା ସହ ନାନା କାର୍ଯ୍ୟକ୍ରମ ଆୟୋଜିତ

author img

By ETV Bharat Odisha Team

Published : Dec 26, 2023, 12:58 PM IST

Updated : Dec 26, 2023, 2:19 PM IST

BJD Foundation Day: ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା, ଗଣ‌ଦୌଡ଼, ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ବିଜେଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: 27 ବର୍ଷ ବୟସରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ପୌରାଞ୍ଚଳରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଏହି ଅବସରରେ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟକ୍ରମ କରାଯାଉଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ଏକ ପ୍ରଭାବୀ ଢଙ୍ଗରେ ପାଳନ କରିବା ଲାଗି ଉଦ୍ୟମ କରିଛି । ପ୍ରତିଷ୍ଠା ଦିବସ ଅବସରରେ ସକାଳ 7ଟାରେ ପତାକା ଉତ୍ତୋଳନ କରାଯାଇଛି । କଟକ ଆନନ୍ଦ ଭବନରୁ ଏକ ବିଶାଳ ସାଇକେଲ ଶୋଭଯାତ୍ରା ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋଭାଯାତ୍ରା ପହଞ୍ଚିଛି ।

ସେହିପରି ଶଙ୍ଖ ଭବନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହାପରେ ଫରେଷ୍ଟ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାସହ ବିଜେଡି କର୍ମୀମାନେ ଶପଥ ପାଠରେ ସାମିଲ ହୋଇଛନ୍ତି । ପ୍ରତିଷ୍ଠା ଦିବସ ଉପଲକ୍ଷେ କର୍ମୀମାନେ ନେବାକୁ ଥିବା ଶପଥ ପାଠ ପାଇଁ ଦଳ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶକୁ ଉଚ୍ଚତର ସୋପାନକୁ ନେବା ପାଇଁ ଜଣେ ସୈନିକ ଭାବେ ଯୋଗ ଦେବା ସହିତ ରାଜ୍ୟର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ନିର୍ଭୀକତାର ସହ ସଂଗ୍ରହ କରିବା କଥା କୁହାଯାଇଛି । ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀମାନେ ଶପଥ ନେଇଛନ୍ତି ।

ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟରେ ଲଗାତାର ଭାବେ 5ଟି ସାଧାରଣ ନିର୍ବାଚନ, ଉପନିର୍ବାଚନ, ସମବାୟ ନିର୍ବାଚନ ସମେତ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ହାସଲ କରିଛି । ଗତ ପଞ୍ଚାୟତ ନିର୍ବାଚନରେ 30 ଜିଲ୍ଲାରେ ବିଜେଡିର ଶତ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ, 80% ପୌରାଞ୍ଚଳ ଆସନ ହାସଲ କରିବା ଦଳ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରିଛି । ବିଜେଡି ନେତୃତ୍ୱରେ ସରକାର ବହୁ ଯୋଜନା କରିଛନ୍ତି । ଏହାକୁ ପାଥେୟ କରି ବିଜେଡି ଲଗାତାର ଭାବେ ନିର୍ବାଚନ ବୈତରଣୀ ପାର୍ ହେଉଛି ।

ଏହା ମଧ୍ୟ ପଢନ୍ତୁ: ବିଜେଡିର 27ତମ ପ୍ରତିଷ୍ଠା ଦିବସ, କଟକରେ ଆରମ୍ଭ ହେଲା ବିଶାଳ ସାଇକେଲ ଯାତ୍ରା

ଏହା ମଧ୍ୟ ପଢନ୍ତୁ: ବିଜେଡି ୨୭ତମ ପ୍ରତିଷ୍ଠା ଦିବସ, ଗଣଦୌଡ଼ରେ ସାମିଲ ହେଲେ କୋରେଇ ବିଧାୟକ


ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 26, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.