6 ମିନିଟରେ ଓଲଟା ଚିତ୍ର ଆଙ୍କି ନିଆରା ଢଙ୍ଗରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

By ETV Bharat Odisha Team

Published : Oct 2, 2023, 2:22 PM IST

thumbnail

ପୁରୀ: ମାତ୍ର 6 ମିନିଟରେ ଗାନ୍ଧୀଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ନିଆରା ଢଙ୍ଗରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆୟୁଷ । ଜାତିର ପିତା ମହତ୍ମା ଗାନ୍ଧୀ 154ତମ ଜନ୍ମ ଜୟନ୍ତୀ ଅବସରରେ ଏକ ନିଆରା ଢଙ୍ଗରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁରୀ ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ର । ମାତ୍ର 6 ମିନିଟରେ ଗାନ୍ଧିଙ୍କ ଚିତ୍ରକୁ ଓଲଟା ଭାବେ ଆଙ୍କି ପ୍ରସ୍ତୁତ କରିଛନ୍ତି । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା ସାଉଁଣ୍ଟିଛନ୍ତି ଆୟୁଷ । ମାତ୍ର 6 ମିନିଟରେ ଆୟୁଷ ଗାନ୍ଧୀଙ୍କ ସୁନ୍ଦର ଛବି ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହି ପେଣ୍ଟିଂ ମାଧ୍ୟମରେ ଗାନ୍ଧୀଙ୍କ ଅହିଂସା ଓ ସ୍ୱଚ୍ଛତା ବାର୍ତ୍ତାକୁ ଲୋକଙ୍କ ନିକଟକୁ ପଠାଇଛନ୍ତି ଆୟୁଷ । 

ଏହାମଧ୍ୟ ପଢନ୍ତୁ.. ଆଜି ଆସିଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥି, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ତେବେ ଆୟୁଷ ଏହି ଭଳି ଅନେକ ରିଭର୍ସ ପେଣ୍ଟିଂ କରିଛନ୍ତି । ଏଥିପାଇଁ ଆୟୁଷ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ବି ସ୍ଥାନ ପାଇଥିବା ବେଳେ ଦେଶ ବିଦେଶରେ ଅନେକ ପୁରସ୍କାର ହାସଲ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.