ପାଖେଇ ଆସୁଛି ମା’ ବିରଜାଙ୍କ ଶାରଦୀୟ ପୂଜା, ବନଜାଗ ଯାତ୍ରା ଅନୁଷ୍ଠିତ

By ETV Bharat Odisha Team

Published : Sep 27, 2023, 10:24 PM IST

thumbnail

ଯାଜପୁର: ଆସିଲାଣି ପାର୍ବଣ । ଶାରଦୀୟ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି  । ଏହି ଅବସରରେ  ଯାଜପୁର ପ୍ରସିଦ୍ଧ ମାଆ ବିରଜାଙ୍କ ଶାରଦୀୟ ପୂଜା ପାଇଁ ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଆଙ୍କ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ କରାଯାଏ  । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ବରେ ବଳି ମଣ୍ଡପରେ ବିଧି ମୁତାବକ ସାବିତ୍ରୀ ଓ ସରସ୍ବତୀ ଆହ୍ବାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

 ପୂଜା ପରେ ଦେବୀଙ୍କ ସିଂହଧ୍ବଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତିନୀତି ଅନୁଯାୟୀ ହାଟପାଟଣା ଗ୍ରାମ ପୃଷ୍ଟି ସାହିର ଗୌରାଙ୍ଗ ପୃଷ୍ଟି ଓ ନିତ୍ୟାନନ୍ଦ ପୃଷ୍ଟିଙ୍କ ବାଡିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି   । ଏଥିପାଇଁ  ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଆରମ୍ଭ ହେଲା ମାଟି ମାଆ ଓ ବୃକ୍ଷ ଉପାସନାର ପର୍ବ କରମସାନି


ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.