Balasore Train Tragedy: ରକ୍ତ ସଂଗ୍ରହରେ ଲାଗିଛନ୍ତି ଡାକ୍ତରୀ ଛାତ୍ର

By

Published : Jun 3, 2023, 9:27 PM IST

thumbnail

କଟକ: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଗତକାଲି ଠାରୁ ଏସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଦିଆଯାଉଛି । ଏସିବିରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏତେ ସଂଖ୍ୟକ ଆହତଙ୍କୁ ସଫଳତାର ସହ ଚିକିତ୍ସା ଯୋଗାଇ ଦିଆଯାଇଛି । କ୍ରମାଗତ ଭାବେ ସେମାନଙ୍କୁ ମନିରଟ କରାଯାଉଛି । ଏଥିରେ ମେଡିକାଲ ଛାତ୍ରମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ଏତେ ଶୀଘ୍ର ଏତେ ସଂଖ୍ୟକ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବା ନିହାତି ଚ୍ୟାଲେଞ୍ଜ ଥିଲା । ପ୍ରାଥମିକ ସ୍ତରରେ ଚିକିତ୍ସା ଏବଂ ରକ୍ତ ସଂଗ୍ରହ ପାଇଁ ସବୁ ବିଭାଗର ଡାକ୍ତର, ଡାକ୍ତରୀ ଛାତ୍ର ସୋସିଆଲ ମିଡ଼ିଆର ବ୍ୟବହାର କରିଥିଲେ । ଫଳରେ ବହୁ ରକ୍ତଦାତା ଏସସିବିରେ ଆସି ରକ୍ତଦାନ କରିଛନ୍ତି । ଆଜି 300 ୟୁନିଟରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇ ବ୍ଲଡବ୍ୟାଙ୍କରେ ରଖାଯାଇଛି ବୋଲି ଡାକ୍ତରୀ ଛାତ୍ର ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, କଟକ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.