Watch: ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ବର, ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି

By

Published : Aug 2, 2023, 12:35 PM IST

thumbnail

ବାଲେଶ୍ବର: ମଙ୍ଗଳବାର ରାତିସାରା ମୂଷଳ ଧାରାରେ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅଞ୍ଚଳର ଜଳମଗ୍ନ ହୋଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଲୋକଙ୍କ ଘରଦ୍ବାର ବୁଡି ଯାଇଛି । ଯୁଆଡେ ଚାହିଁଲେ ପାଣି ଆଉ ପାଣି । କିଛି କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲୁଛି । କେଉଁଠି ଗାଁ ଦାଣ୍ଡରେ ପାଣି ଲହଡି ଭାଙ୍ଗୁଛି ତ କେଉଁଠି ସ୍କୁଲ ଭିତରେ ପାଣି ପଶିଛି । ସେହିପରି କେନାଲ ପାଣି ଯୋଗୁଁ ରାସ୍ତାରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ସୋର, ଖଇରା ଔପଦା ଅଞ୍ଚଳରୁ ଏମିତି ଦୃଶ୍ୟ ସାମ୍ନାକୁ ଆସୁଛି ।  

ଲଗାଣ ବର୍ଷାରେ ସୋର ଔପଦା ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ବୁଦାଖୁଣ୍ଟା ନିକଟରେ କେନାଲ ପାଣି ପାସ୍ କରି ପାରୁନଥିବାରୁ ରାସ୍ତାରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଖଇରା ବଜାର ଭିତରେ ପାଣି ସୁଅ ଖେଳୁଥିବା ବେଳେ ବ୍ଲକ ପରିସରରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଶ୍ରୀରାମପୁର ଗାଁର ମୁଖ୍ୟରାସ୍ତା ଜଳମଗ୍ନ ଥିବାରୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ଖଇରା ବ୍ଲକର ଗଣ୍ଡିବେଡ଼, କୁପାରି ବଜାର, ରାଇକୁଳା, ହରିପୁର, ଅଚ୍ୟୁତପୁର, ବର୍ତ୍ତନା ଆଦି ଗାଁରେ ପାଣି ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି  ।  

ଏହାମଧ୍ୟ ପଢନ୍ତୁ: Holiday declared for schools: ପ୍ରବଳ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ରାତିସାରା ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ସକାଳେ ପବନର ବେଗ ବଢିଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ପ୍ରମୁଖ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ତେବେ ଏ ଯାଏଁ କୌଣସି ନଦୀ ଜଳସ୍ତର ବିପଦ ସଂକେତ ଛୁଇଁ ନାହିଁ ସତ ହେଲେ ଉପର ମୁଣ୍ଡରୁ ପାଣି ଆସିଲେ ପ୍ରଥମେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେବ ବୋଲି ଆଶଙ୍କା କରାଯାଉଛି ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.