ETV Bharat / state

Holiday declared for schools: ପ୍ରବଳ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

author img

By

Published : Aug 2, 2023, 10:18 AM IST

Updated : Aug 2, 2023, 10:35 AM IST

ପ୍ରବଳ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଆଜି ୧୦ ଜିଲ୍ଲାରେ ସ୍କୁଲ ଛୁଟି
ଆଜି ୧୦ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସାରା ଓଡି଼ଶା । ରାଜଧାନୀଠୁ ଆରମ୍ଭ କରି ପଶ୍ଚିମ ଓଡିଶା ଯାଏ, ସବୁଠି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଟି ଛୁଟି ଘୋଷଣା ହୋଇଛି । କେନ୍ଦୁଝର ସମେତ, ବଲାଙ୍ଗୀର, ବାଲେଶ୍ବର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ନୟାଗଡ, ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଇତ୍ୟାଦି ୧୧ଟି ଜିଲ୍ଲାରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । କେତେକ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି । ଲଗାଣ ବର୍ଷା ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।


ଗତକାଲି ରାତିରୁ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକଙ୍କ ଘର ଭିତରେ ପାଣି ପଶୁଛି । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ପୋଖରୀରେ ଗାଧୋଉଥିଲେ ଯୁବତୀ, ଉପରୁ ଖସିଲା ମୃତ୍ୟୁ

ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଠାରୁ ଆରମ୍ଭ କରି ଘର ଭିତରେ ପାଣି ଲହଡି ଭାଙ୍ଗୁଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ତା' ଉପରେ ବିଜୁଳି ଘଡିଘଡି ଭୟ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଜନିତ ମୃତ୍ୟୁ ଘଟଣା ବଢିବାରେ ଲାଗିଛି । ସ୍ମାର୍ଟସିଟି ଭୁବନେଶ୍ବର କଥା ତ ନକହିଲେ ଭଲ । ଲଗାଣ ବର୍ଷା ରାଜଧାନୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ବେଳେ ଲୋକଙ୍କ ଘର ଭିତରେ ପାଣି ଲହଡି ଭାଙ୍ଗୁଛି । ପାଣି ଘରରେ ଭୋକ ଉପାସ, ଅନିଦ୍ରାରେ ଲୋକେ ଦିନ କାଟୁଛନ୍ତି । ପାଣିରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଛି ।

ବୌଦ୍ଧ ଜିଲ୍ଲାରେ ମଧ୍ୟ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ସହରର ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ଲୋକଙ୍କ ଘରେ ପଶିଛି । ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି । ରାସ୍ତାଘାଟକୁ ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି ।

Last Updated : Aug 2, 2023, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.