ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲା ବଲାଙ୍ଗୀର ଡ୍ରାଇଭର ସଂଘ

By

Published : Mar 18, 2023, 7:04 AM IST

thumbnail

ବଲାଙ୍ଗୀର: ସ୍ଥଗିତ ରହିଲା ଡ୍ରାଇଭରଙ୍ଗ ଆନ୍ଦୋଳନ । ୧୦ ଦଫା ନେଇ ତିନିଦିନ ଧରି ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘ ଶେଷରେ ଆନ୍ଦୋଳନକୁ ସ୍ଥଗିତ ରଖିଛି । ତିନି ମାସ ମଧ୍ୟରେ ଦାବି ପୂରଣ ନେଇ ସରକାର ଲିଖିତ ଆକାରେ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନରୁ ଓହରିଛି । ଏହି କ୍ରମରେ ବାଲଙ୍ଗୀରରେ ମଧ୍ୟ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ତିନିଦିନ ଧରି ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲେ ଡ୍ରାଇଭର ମହାସଂଘ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲାର ସମସ୍ତ 14 ବ୍ଲକରେ ଡ୍ରାଇଭର ସଂଘ ଧାରଣା ଦେବା ସହ ରାସ୍ତାରୋକ କରି ଆନ୍ଦୋଳନ କରୁଥିଲେ । ତେବେ ପୋଲିସ ପ୍ରଶାସନ ଏମାନଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଏମାନଙ୍କ ଆନ୍ଦୋଳନ ଜାରି ରହିଥିଲା । ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶୃତି ପରେ ମଧ୍ୟ ଏମାନେ ଆନ୍ଦୋଳନରୁ ଓହରିନଥିଲେ । ପରିଶେଷରେ ଆନ୍ଦୋଳନକୁ 90 ଦିନ ପାଇଁ ସ୍ଥଗିତ ରଖିଛନ୍ତି ଡ୍ରାଇଭର ସଂଘ । ଏନେଇ ଡ୍ରାଇଭର ମହାସଂଘ ଓ ଡ୍ରାଇଭର ମିଳିତ ମଞ୍ଚର ଜିଲ୍ଲା ସଭାପତି ସତ୍ୟାନନ୍ଦ ସାହୁ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି । ସରକାର ତାଙ୍କ ଦାବିକୁ ଯଥାର୍ଥ କହିବା ସହ ତିନି ମାସ ମଧ୍ୟରେ ପୂରଣ କରିବାର ଲିଖିତ ପ୍ରତିଶୃତି ଦେଇଛନ୍ତି, ଯାହାକୁ ନେଇ ସରକାର ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛି ବଲାଙ୍ଗୀର ଡ୍ରାଇଭର ସଂଘ  । 

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.