ଡ୍ରାଇଭର ମହାସଂଘର ପରେ ଏବେ ଅଟୋ ଡ୍ରାଇଭରଙ୍କ ପାଳି

By

Published : Mar 17, 2023, 9:49 PM IST

thumbnail

ବାଲେଶ୍ବର: ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ପରେ ଏବେ ଅଟୋ ଚାଳକମାନଙ୍କ ପାଳି ।  ଡ୍ରାଇଭର ମହାସଂଘ ୧୦ ଦଫା ଦାବି ପୂରଣ ନେଇ ସରକାରଙ୍କ ପ୍ରତିଶୃତି ପରେ ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଅଟୋ ସଂଘ । ତେବେ ବାଲେଶ୍ଵର ଅଟୋ ରିକ୍ସା ସମନ୍ଵୟ ସମିତି ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସହର ଓ ସହର ବାହାରେ ଜୀବନ ଜୀବିକା ପାଇଁ ଅଟୋ ଚଳାଇ ପେଟ ପୋଷୁଥିବା ଚାଳକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଦ୍ୱାରା ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାପାଇଁ ଦାବି କରାଯାଇଛି । ଅଟୋ ରିକ୍ସା ସମନ୍ୱୟ ସମିତି ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଗୁଡିକ ହେଲା, ଗୋଟିଏ ସ୍ଥାନରୁ ସାମଗ୍ରୀ ନେଇ ଅନ୍ୟସ୍ଥାନକୁ ପରିବହନ କରୁଥିବା ଶ୍ରମିକମାନଙ୍କ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା । ପରିଣତ ବୟସରେ ପେନସନ  । ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଅଟୋ ଡ୍ରାଇଭରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯାଉଥିବା ଅଟୋ ଡ୍ରାଇଭରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.