iPhone 15 Sale: ଆଇଫୋନ କ୍ରେଜ, ଘଣ୍ଟା ଘଣ୍ଟା ଧାଡିରେ ରହି ଫୋନ କିଣିଲେ ଲୋକେ

By ETV Bharat Odisha Team

Published : Sep 22, 2023, 5:29 PM IST

thumbnail

ହାଇଦ୍ରାବାଦ: ଆଜିଠୁ ଭାରତରେ ଆଇଫୋନ୍ 15 ସିରିଜର ବିକ୍ରି ଆରମ୍ଭ ହୋଇଛି । 10 ଦିନ ପୂର୍ବରୁ ଲଞ୍ଚ ହୋଇଥିବା ଫୋନ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଷ୍ଟୋର ବାହାରେ ଆଇଫୋନ ଲଭରଙ୍କର କ୍ରେଜ ଦେଖିବାକୁ ମିଳିଛି । ଆଇଫୋନ15 କିଣିବା ପାଇଁ କିଏ ରାତି ଅଧରୁ ଷ୍ଟୋର ବାହାରେ ଧାଡିରେ ଛିଡା ହୋଇଥିବା ବେଳେ ଆଉ କିଏ 5 ଘଣ୍ଟା ହେଲା ଅପେକ୍ଷା କରିଥିବା କଥା କହିଛନ୍ତି । ନୂଆଦିଲ୍ଲୀ ସାକେତର ସିଲେକ୍ଟ ସିଟିୱାଲ୍ ମଲରେ ରହିଥିବା ଆପଲ୍ ଷ୍ଟୋର ବାହାରେ ଲୋକଙ୍କ ଧାଡି ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୁମ୍ବାଇର ଆପଲ ଷ୍ଟୋର BKC ବାହାରେ ମଧ୍ୟ ଆଇଫୋନ ଲଭରଙ୍କ ଭିଡ ଦେଖିବାକୁ ମିଳିଥିଲା ।

ତେବେ ମୁମ୍ବାଇର ଆପଲ ଷ୍ଟୋର ବାହାରେ ଲମ୍ବା ଲାଇନରେ ଛିଆ ହୋଇଥିବା ଜଣେ ଆଇଫୋନ ଲଭର କହିଛନ୍ତି, " ମୁଁ ଆଇଫୋନ କିଣିବା ପାଇଁ ଗତକାଲି(ଗୁରୁବାର) ଅପରାହ୍ନ 3 ଠାରୁ ଏଠାରେ ରହିଛି । 17 ଘଣ୍ଟା ଧରି ମୁଁ ଧାଡିରେ ଛିଡା ହୋଇଛି । ମୁଁ ଅହମ୍ମଦାବାଦରୁ ଆସିଛି ଭାରତରେ ନିର୍ମିତ ଆପଲ ଫୋନ କିଣିବା ପାଇଁ ।"

ବେଙ୍ଗାଲୁରୁର ଜଣେ ଆଇଫୋନ ଲଭର କହିଛନ୍ତି, "ମୁଁ ଆଜି ଶେଷରେ ଆଇଫୋନ 15 ପ୍ରୋ କିଣିବି..ମୁଁ ବହୁତ ଖୁସି। ନୂଆ ଫୋନ କିଣିବା ପାଇଁ ମୁଁ ବହୁତ ଉତ୍ସାହିତ ରହିଛି।"

ଅନ୍ୟଜଣେ ଆଇଫୋନ ଲଭର କହିଛନ୍ତି, "ମୁଁ ଗୁରୁବାର ଠାରୁ ଧାଡିରେ ଛିଡା ହୋଇଛି। 5ରୁ 6 ଘଣ୍ଟା ଧରି ଛିଡା ହୋଇଥିଲେ ହେଁ ମୋ ଭିତରେ ଉତ୍ସାହ କମିନି । କିଛି ଦିନ ପୂର୍ବରୁ ଷ୍ଟୋର ଓପନିଂ ସମୟରେ ମୁଁ ଟିମ କୁକଙ୍କ ସହ ଦେଖା ହୋଇଥିଲି।"

ଜଣେ ଦିଲ୍ଲୀ ଆପଲ ଷ୍ଟୋରରୁ ପ୍ରଥମ ଆଇଫୋନ 15 କିଣିିଥିବା ରାହୁଲ କହିଛନ୍ତି, "ପ୍ରଥମ ଆଇଫୋନ କିଣି ମୁଁ ବହୁତ ଖୁସି ଅନୁଭବ କରୁଛି । ମୁଁ ରାତି 4ଟାରୁ ଧାଡିରେ ଥିଲି ଏବଂ ପରିଶେଷରେ ମୁଁ ମୋର ଫୋନ ପାଇଛି । ମୋର ଏକ ଆଇଫୋନ୍ 13 ପ୍ରୋ ମ୍ୟାକ୍ସ ଏବଂ ଏକ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ଅଛି । 15ଟି ସିରିଜ୍ ଘୋଷଣା ହେବା ପରେ, ମୁଁ ଆଇଫୋନ୍ 15 ପ୍ରୋ ମ୍ୟାକ୍ସ ପାଇବାକୁ ଚାହୁଁଥିଲି। ଆଜି ଫାଇନାଲି ସ୍ବପ୍ନ ସାକାର ହୋଇଛି।"

ଏହା ମଧ୍ୟ ପଢନ୍ତୁ: iPhone 15 Sale: ଆଇଫୋନ 15 ସିରିଜ ସେଲ ଆରମ୍ଭ, କିଣିବା ପୂର୍ବରୁ ଜାଣନ୍ତୁ ଫିଚର ଓ ଅଫର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.