ରିଭର୍ସ ପେଣ୍ଟିଂରେ ମା' ଦୁର୍ଗାଙ୍କ 9ଟି ବେଶ

By ETV Bharat Odisha Team

Published : Oct 24, 2023, 6:35 PM IST

thumbnail

ପୁରୀ: ନିଆରା ଢଙ୍ଗରେ ଦଶହରାର ଶୁଭେଚ୍ଛା ବାର୍ତ୍ତା । ମା' ଦୁର୍ଗାଙ୍କର ୯ଟି ବେଶକୁ ଏକକ ଚିତ୍ରକଳା ମାଧ୍ୟମରେ ଓଲଟା ଆଙ୍କି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର। ସେ ବିଭିନ୍ନ ପର୍ବପର୍ବାଣି ସମୟରେ ବିଭିନ୍ନ ଦେବାଦେବୀଙ୍କର ଚିତ୍ର କାନଭାସରେ ଓଲଟା ଆଙ୍କି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି । ବର୍ତ୍ତମାନ ଶାରଦୀୟ ଦୁର୍ଗାପୂଜା ଅବସରରେ ମଧ୍ୟ ଏପରି ଅଭିନବ ଢଙ୍ଗରେ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି ଆୟୁଷ । 

ଦଶହରା ଅବସରରେ ସେ ଏହି ନିଆରା ପ୍ରୟାସ କରିଛନ୍ତି । ଅକ୍ଟୋବର ୧୫ ତାରିଖରୁ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ୯ ଦିନରେ ପାଳନ କରାଯାଉଥିବା ଦେବୀ ଦୁର୍ଗାଙ୍କ ୯ଟି ବେଶର ଚିତ୍ରକୁ ଆୟୁଷ ଓଲଟା ଚିତ୍ର କରି ଦଶହରା ଅବସରରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଅକ୍ଟୋବର ୧୫ ତାରିଖରରେ ଆୟୁଷ ମା ଦୁର୍ଗାଙ୍କ ଶୈଳୀପୁତ୍ରୀ, ୧୬ରେ ବ୍ରହ୍ମଚାରୀଣୀ ବେଶ, ୧୭ରେ ଚନ୍ଦ୍ରଘଣ୍ଟା, ୧୮ରେ କୁଶ୍ମାଣ୍ଡା, ୧୯ରେ ସ୍କନ୍ଦମାତା, ୨୦ରେ କାତ୍ୟାୟିନୀ, ୨୧ରେ କାଳରାତ୍ରୀ, ୨୨ରେ ମହାଗୌରୀ ଓ ଅକ୍ଟୋବର ୨୩ରେ ସିଦ୍ଧୀଦାତ୍ରୀ ବେଶ ଆଙ୍କିଛନ୍ତି । ସୂଚନା ଥାଉ କି, ଆୟୁଷ ଓଲଟା ଚିତ୍ର ତଥା ରିଭର୍ସ ପେଣ୍ଟିଂ କରି ପୁର୍ବରୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇସାରିଥିବା ବେଳେ ଅନେକ ପ୍ରତିଯୋଗୀତାରେ ସେ ସମ୍ମାନିତ ହୋଇଛନ୍ତି । ଲୋକଙ୍କ ଆଶୀର୍ବାଦ ରହିଲେ ସେ ଆଗାମୀ ଦିନରେ ଆହୁରି ନୂଆ ନୂଆ ଚିତ୍ର ଆଙ୍କିବା ପ୍ରୟାସ ଜାରି ରଖିବେ ବୋଲି ଆୟୁଷ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.