ଡିସେମ୍ବର ୧ରୁ ବସ୍‌ ଧର୍ମଘଟ, ୨୨ରେ ବିଧାନସଭା ସମ୍ମୁଖରେ ଧାରଣା

By ETV Bharat Odisha Team

Published : Nov 8, 2023, 7:39 PM IST

thumbnail

ଭବାନୀପାଟଣା: ଡିସେମ୍ବର ୧ ବା ପହିଲାରୁ ବସ୍‌ ଧର୍ମଘଟ  । ଏହା ପୂର୍ବରୁ ଅର୍ଥାତ୍‌ ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ଘରୋଇ ବସ୍‌ ମାଲିକ ସଂଘ । ଆଜି ଭବାନୀପାଟଣାରେ ବସିଥିବା ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  ଏଥିରେ ଘରୋଇ ବସ ମାଲିକ ସଂଘ ରାଜ୍ୟ ସଭାପତି ଲୋକନାଥ ପାଣି, ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ଦାବି ଉପରେ ଚର୍ଚ୍ଚା ହେଇଥିଲା ।

ତେବେ ଦାବି ଗୁଡିକ ହେଉଛି, ଦ୍ୱିତୀୟ ପର୍ଯ୍ୟୟ ଲକ୍ଷ୍ମୀ ବସକୁ ଚାଲିବାକୁ ଦେବେ ନାହିଁ । ସରକାର ଲକ୍ଷ୍ମୀ ବସ ଚଳାଚଳ ସମୟ ଘରୋଇ ବସ ସମୟରୁ ଅଲଗା କରିବା । ଲକ୍ଷ୍ମୀ ବସ ଟିକେଟ ଦରକୁ ଘରୋଇ ବସ ଟିକେଟ ଦର ସହ ସମାନ କରିବା । ଘରୋଇ ବସ୍ ମାଲିକଙ୍କ ଠାରୁ ଆଦାୟ କରା ଯାଉଥିବା ଟିକସ କମ କରାଯାଉ । ସେପଟେ ଲକ୍ଷ୍ମୀ ବସ ଚାଲିବା ଦ୍ଵାରା ଅନେକ ଘରୋଇ ବସ ଆଜି ଛିଡା ହୋଇଥିବା ବେଳେ ମାଲିକମାନଙ୍କୁ ପରିବାର ପ୍ରତିପୋଷଣ କରିବାରେ ମଧ୍ୟ ସମସ୍ୟା ଦେଖା ଦେବାକୁ ମିଳିଲାଣି । ତେବେ ସଂଘ କରିଥିବା ଦାବି ଗୁଡିକ ପୂରଣ ନହେଲେ ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ରାଜ୍ୟ ବ୍ୟାପି ବସ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଘରୋଇ ବସ ମାଲିକ ସଂଘ ରାଜ୍ୟ ସଭାପତି ପ୍ରକାଶ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.........Bus strike: ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.