ETV Bharat / state

Bus strike: ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

author img

By ETV Bharat Odisha Team

Published : Oct 30, 2023, 10:55 PM IST

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ । ୮ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍‌ ମାଲିକ ସଂଘର ଧର୍ମଘଟ । ଅଧିକ ପଢନ୍ତୁ

Bus strike
Bus strike

Bus strike: ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗ । ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ । ଘରୋଇ ବସ୍ ମାଲିକ ସଂଘର ଜେନେରାଲ ବଡି ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଚଲାନ୍ତୁ କିନ୍ତୁ ବ୍ଲକରୁ ଜିଲ୍ଲାକୁ ଚଲାନ୍ତୁ ନାହିଁ ବୋଲି ପୁନର୍ବାର ସରକାରଙ୍କୁ ଅନୁରୋଧ କରିଛି ସଂଘ । ଯଦି ଆସନ୍ତା ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ ହୋଇ ବ୍ଲକ୍‌ରୁ ଜିଲ୍ଲାକୁ ବସ ଚାଲେ ତେବେ ୧୦ଟି ଜିଲ୍ଲାରେ ବସ୍‌ ଧର୍ମଘଟ ହେବ ବୋଲି ସେ କହିଛନ୍ତି ।

ଆସନ୍ତା ନଭେମ୍ବର ୧ ତାରିଖରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ମଧ୍ୟ କରାଯିବ । ଯଦି ସରକାର ଆସନ୍ତା ୧ ତାରିଖ ଦିନ ଭବାନୀପାଟଣାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ କରିବେ ବା ସେଦିନ ବ୍ଲକରୁ ଜିଲ୍ଲା ବସ ଚାଲିବ ତାହାଲେ ଭବାନୀପାଟଣାରେ ୨୪ ଘଣ୍ଟା ପାଇଁ ବସ ଧର୍ମଘଟ ହେବ । ଏହାପରେ କୌଣସି ବସ୍ ଗଡିବ ନାଇଁ । କେବଳ ଭବାନୀପାଟଣା ନୁହେଁ ପାଖଆଖ ୧୦ଟି ଜିଲ୍ଲା ଧର୍ମଘଟରେ ସାମିଲ ହେବ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

ଏହା ବି ପଢନ୍ତୁ- Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ

ସେହିଭଳି ଆଉ ଏକ ବଡ ନିଷ୍ପତ୍ତି ନେଇଛି ସଂଘ । ସରକାର ଆମକୁ ସହଯୋଗ କରୁନଥିବାରୁ ଆଜିଠାରୁ ରାଜନୈତିକ ଦଳକୁ ସଭା ସମିତି ପାଇଁ ବସ ଦିଆଯିବନି ବୋଲି ସଂଘ କହିଛି । ସେହିପରି ସରକାର ଆଲୋଚନା ମାଧ୍ୟମରେ ସମାଧାନ କଥା କହୁଥିବା ବେଳେ କାଲି ଯାଏଁ ଆମେ ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ରହିଥିବା ବେଳେ ୮ ତାରିଖ ଦିନ ଅଲ୍ ଓଡ଼ିଶା ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରିଛି ସଂଘ । ସରକାର ବସ୍‌ ମାଲିକ ସଂଘର ଅନୁରୋଧ ରଖିବେ ବୋଲି ସଂଘ ଆଶା କରିଛି । ଆଉ ସରକାର ଲୋକଙ୍କ ସ୍ବାର୍ଥକୁ ଚାହିଁ ଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

ଏହା ବି ପଢନ୍ତୁ- Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ

ସୂଚନା ଥାଉ କି ପୂର୍ବରୁ ମଧ୍ୟ ସଂଘ ଧର୍ମଘଟ ଡାକରା ଦେଇଥିଲା । ଅକ୍ଟୋବର ୨୦ ତାରିଖରୁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା । ମାତ୍ର ଆଲୋଚନା ପରେ ଏହି ଧର୍ମଘଟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.