ଆଜାଦୀ କା ଅମୃତ ମହୋତ୍ସବ, ବାଲେଶ୍ଵର ସାମ୍ବାଦିକ ସଂଘର ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 14, 2022, 10:16 PM IST

Updated : Feb 3, 2023, 8:26 PM IST

thumbnail

ବାଲେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ରବିବାର ଅପରାହ୍ନ 3ଟା ବେଳେ ବାଲେଶ୍ଵରର ସମସ୍ତ ସାମ୍ବାଦିକଙ୍କ ଦ୍ବାରା ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସାମ୍ବାଦିକ ପ୍ରକୋଷ୍ଠ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପତାକା ଦେଖାଇ ଆରମ୍ଭ କରିଥିଲେ । ଏଥିସହ ସାମ୍ବାଦିକମାନେ ବାଇକରେ ତ୍ରିରଙ୍ଗା ବାନ୍ଧି ସହର ପରିକ୍ରମା କରିଥିଲେ । ସାମ୍ବାଦିକ ପ୍ରକୋଷ୍ଠରୁ ଶୋଭାଯାତ୍ରା ବାହାରି ଫାଣ୍ତିଛକ, ଫକୀର ମୋହନ ଗୋଲେଇ, ଆଇ ଟି ଆଇ ଛକ, ହେମକାପଦା ଛକ, ଗଡଗଡିଆ ଛକ, ଆରତ କବିରାଜ ରୋଡ୍‌, ସିନେମା ଛକ, ଚିଡିଆପୋଲ ଦେଇ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକମାନେ ସାମିଲ ହୋଇଥିଲେ । ଶେଷରେ 75ତମ ସ୍ବାଧୀନତା ଦିବସ ଉପଲକ୍ଷେ ସାମ୍ବାଦିକ ପ୍ରକୋଷ୍ଠ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଦେଇଥିବା ବୀର ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.