କାର ଧକ୍କାରେ ଛାତ୍ର ଗୁରୁତର: ଉତ୍ତ୍ୟକ୍ତ ଛାତ୍ରଙ୍କ ଆନ୍ଦୋଳନ, 3 ଘଣ୍ଟା ଧରି ପୁରୀ ଭୁବନେଶ୍ଵର ଯାତାୟତ ଠପ୍

By ETV Bharat Odisha Team

Published : Oct 12, 2023, 10:07 PM IST

thumbnail

ପୁରୀ: କଲେଜ ଛାତ୍ରକୁ ଧକ୍କା ଦେଲା କାର୍ । ପୁରୀ ମଙ୍ଗଳାଘାଟ ବାଇପାସର ସୁରଜମଲ ସାହା ମହାବିଦ୍ୟାଳୟ ସମ୍ମୁଖରେ ଜଣେ କଲେଜ ଛାତ୍ର ରାସ୍ତା ପାର୍ ହେଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବ ଏକ କାର ଧକ୍କା ଦେଇଥିଲା । ଘଟଣାକୁ ନେଇ ସ୍ଥାନୀୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଆହତ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଏବଂ ସହପାଠୀମାନେ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଛାତ୍ରର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଛାତ୍ର ଜଣକ ହେଉଛନ୍ତି ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସ୍ମୁତି ରଞ୍ଜନ ନାୟକ l

ସୂଚନା ଅନୁଯାୟୀ, ସ୍ମୁତି ରଞ୍ଜନ କଲେଜ ଯିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଛାତ୍ର ଜଣଙ୍କ ଗୁରୁତର ହୋଇଥିଲେ । ପରେ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୁରୀ ମଙ୍ଗଳା ଘାଟ ଛକର ସମସ୍ତ ଦିଗକୁ ଛାତ୍ରଛାତ୍ରୀ ମାନେ ଘଣ୍ଟାଘଣ୍ଟା ଅବରୋଧ କରି ରଖିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱରରୁ ପୁରୀ, ବ୍ରହ୍ମଗିରିରୁ ପୁରୀ, ପୁରୀରୁ ବ୍ରହ୍ମଗିରି ଯିବା ରାସ୍ତାକୁ ଚାରିପଟୁ କଲେଜ ଛାତ୍ରଛାତ୍ରୀମାନେ ଘେରି ରହିଥିଲେ ।ଘଟଣାସ୍ଥଳରେ ସଦର ବିଡିଓ, ସିଟି ଡିଏସପି, ଆଡିସନାଲ ଏସପି ଓ ବ୍ୟାପକ ପୋଲିସ ମୁତୟନ କରିଥିଲେ । ତେବେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କଲେଜ ସମୁଖରେ ସ୍ପିଡ ବ୍ରେକର, ସାଇନ୍ ଏଜ ବୋର୍ଡ, ଆହତ ଛାତ୍ରକୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଦାବି କରିଥଲେ ଛାତ୍ରଛାତ୍ରୀ । ଦୀର୍ଘ ସମୟ ପରେ ପ୍ରଶାସନ ଦ୍ୱାରା ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ।

ଏହା ମଧ୍ୟ ପଢନ୍ତୁ...Watch: ବେପରୁଆ ବାଇକ ଚାଳନା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.