Watch: ବେପରୁଆ ବାଇକ ଚାଳନା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

By ETV Bharat Odisha Team

Published : Oct 9, 2023, 10:43 AM IST

thumbnail

ଗାନ୍ଧୀନଗର: ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ସୁରଟର ସାରା ଦରବାଜାରେ ନିର୍ମିତ ବ୍ରିଜ ଉପରେ ଆଜି ସକାଳୁ ଜଣେ ବାଇକ ଆରୋହୀ ଯାଉଥିଲେ । ସେହି ସମୟରେ ସେ ହଠାତ ଭାରସାମ୍ୟ ହରାଇ ବ୍ରିଜର ଡାହାଣ ପାର୍ଶ୍ବକୁ ଧକ୍କା ଦେଇ ପଡ଼ି ଯାଇଥିଲେ । ଏହାପରେ ବାଇକଟି କିଛି ବାଟ ଗଡ଼ି ଯାଇ ଥିଲା । ଯୁବକ ଜଣକ ଉଠି ଗାଡ଼ି ପଛରେ ଧାଇଁଥିଲେ । ଯାହାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।  ଯଦି ଯୁବକ ଜଣକ ବ୍ରିଜରୁ ତଳକୁ ଖସି ପଡ଼ିଥାଆନ୍ତେ ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ ଥିଲା । କାରଣ ବ୍ରିଜ୍‌ଟି ୨୫ଫୁଟ ଉଚ୍ଚର ଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ରାସ୍ତା ଦେଇ ପଛରୁ ଆସୁଥିବା ଏକ କାର୍‌ର ମିନି ସିସିଟିଭିରେ ଏହି ଘଟଣା ରେକର୍ଡ ହୋଇଥିଲା । ହେଲେ ଏ ବାବଦରେ  କୌଣସି ଥାନାରେ ଅଭିଯୋଗ ହୋଇନାହିଁ ।  ସୁରଟ୍‌ ପୋଲିସ ଏହି ଭିଡିଓ ଦେଖିବା ପରେ କୌଣସି ପଦକ୍ଷେପ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.