ଠାକୁରମୁଣ୍ଡା ମେଡିକାଲରେ ଜନ୍ମ ହେଲା ଅଦ୍ଭୁତ ଶିଶୁକନ୍ୟା

By ETV Bharat Odisha Team

Published : Nov 19, 2023, 6:54 AM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଗୋଟିଏ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିବା ବେଳେ ଶିଶୁଟିର ମୁଣ୍ଡ ଓ ହାତ ନଥିବା ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଅଦ୍ଭୁତ ଶିଶୁକନ୍ୟା ଜନ୍ମ ହୋଇଛି । ଜଣେ ଗର୍ଭବତୀ  ୨ଟି ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଜଣେ ଶିଶୁକନ୍ୟାର ଅବସ୍ଥା ଭଲ ଥିବାବେଳେ ଅନ୍ୟ ଶିଶୁଟିର କେବଳ ଗୋଡ଼ ଓ ପେଟ ରହିଥିଲା ।ହେଲେ ଶିଶୁଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଡାକ୍ତର କହିଛନ୍ତି  ।  


ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡ଼ିହା ଗ୍ରାମ ପଞ୍ଚାୟତର ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ମୁଦୟାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଅଣାଯାଉଥିଲା । ତେବେ ମେଡିକାଲ ଆସୁଥିବା ସମୟରେ ଆମ୍ବୁଲାନ୍ସରେ ହିଁ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ସଦୁଗାମ । ସେଠାରୁ ତାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଆଉ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉକ୍ତ ଶିଶୁକନ୍ୟାର କେବଳ ଗୋଡ଼ ଓ ପେଟ ଥିବାବେଳେ ମୁଣ୍ଡ ଓ ହାତ ନଥିଲା । ଶିଶୁକନ୍ୟାଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ଶିଶୁ କନ୍ୟାର ଓଜନ ୨ କିଗ୍ରା ୬୦ ଗ୍ରାମ ଥିବାବେଳେ ଅନ୍ୟ ଶିଶୁକନ୍ୟାଟିର ଓଜନ ୨ କିଗ୍ରା ୪୧୦ ଗ୍ରାମ ରହିଛି । ତେବେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ଡାକ୍ତରଖାନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ ଜନ୍ମନେଲା ଅଦ୍ଭୁତ ଶିଶୁ

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.