ସ୍ଵାଧୀନତା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଝୁମିଲେ ଜଗତସିଂହପୁରବାସୀ

By

Published : Aug 15, 2023, 10:21 PM IST

thumbnail

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ 77 ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଯାହାକୁ ନେଇ ଉତ୍ସଵ ମୁଖର ହୋଇ ପଡିଛି ଗାଁ ଠୁ ସହର। ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଆଜି ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଆଜିର ଦିନକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି ଜିଲ୍ଲାବାସୀ । ସେହିଭଳି ସରକାରୀ ବିଦ୍ୟାଳୟ ହେଉ କିମ୍ବା ବେସରକାରୀ ସବୁଠି ତିରଙ୍ଗା ଝଣ୍ଡା ଫରଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ।
 

ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ସେହିପରି ଶିଳ୍ପୀ ନଗରୀ ପାରାଦ୍ୱୀପରେ ମଧ୍ୟ 77 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପାରାଦ୍ୱୀପ ବନ୍ଦର ଠାରୁ ଆରମ୍ଭ କରି ଶତାଧିକ ଶିଳ୍ପ ସଂସ୍ଥା ଓ ଶ୍ରମିକ ସଂଗଠନ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ହୋଇଛି । ସନ୍ଧ୍ୟାରେ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ଲାଇଟ ସୋ ମଧ୍ୟ କରାଯାଇଛି । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.