ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

By

Published : Jan 26, 2023, 10:10 PM IST

Updated : Feb 3, 2023, 8:39 PM IST

thumbnail

ବ୍ରହ୍ମପୁର: ଆଜି ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠୁ ଉଡୁଛି ତ୍ରିରଙ୍ଗା । ପଲ୍ଲୀ ଠୁ ଦିଲ୍ଲୀ, ସବୁଠି ଆଜି ଭାରତ ମାତାକି ଜୟର ପ୍ରତିଧ୍ୱନି । ଗର୍ବର ସହ ଫରଫର ହୋଇ ଉଡୁଛି ଆଜି ତ୍ରିରଙ୍ଗା ପତାକା । ବଖାଣୁଛି ଇତିହାସର ଗୌରବମୟ ଗାଥା । ବୃହତ ଗଣତନ୍ତ୍ର ରାଷ୍ଟ୍ରର ସମ୍ବିଧାନକୁ ସମ୍ମାନ କରିବାର ଦିବସ  । ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ତ୍ରିରଙ୍ଗା ପତାକା ଉଡାଇଥିଲେ । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବରସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।   

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ ମତ୍ସ୍ୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନତାଙ୍କୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ପିଲାମାନଙ୍କୁ ଦେଶର ଗୌରବମୟ ଇତିହାସକୁ ଦୋହରାଇବା ସହ ସମ୍ବିଧାନକୁ ସମ୍ମାନ ଜଣାଇ ଉଜ୍ଜଳ ଭବିଷ୍ୟତ ଗଠନ କରି ଦେଶର ଯଶ ବଢାଇବା ପାଇଁ ଆହ୍ୱାନ କରିଛନ୍ତି ।

ଏଥିରେ ପୋଲିସ, ଗୃହରକ୍ଷୀ ବାହିନୀ ସମେତ ସ୍କୁଲ ଓ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ ଓ ଗାଇଡ କୁ ମିଶାଯାଇ ବିଭିନ୍ନ ଦଳ ପରେଡ ରେ ଅଂଶ ଗ୍ରହଣ କରିଥିଲେ ।  ଏହାସହ ରାଜ୍ୟ ସ୍ବାସ୍ଥ୍ୟ ବେଭାଗ ଦ୍ବାରା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିଲା । ଶେଷରେ ଚିତ୍ତାକର୍ଷକ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କୁନିକୁନି କଳାକାର ଭାଗନେଇ ଦେଶାତ୍ମକ ବୋଧକ ଗିତରେ ନୃତ୍ୟ କରିଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.