ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଅଭିବାଦନ ଗ୍ରହଣ କଲେ ମନ୍ତ୍ରୀ ଉଷା ଦେବୀ

By

Published : Jan 26, 2023, 10:30 PM IST

Updated : Feb 3, 2023, 8:39 PM IST

thumbnail

କେନ୍ଦୁଝର:  ଆଜି ୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ।  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରଥମେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜାତୀୟ ପତାକା ଉତ୍ତୋଳନ ପରେ ଉପସ୍ଥିତ ପୋଲିସ୍ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ ମନ୍ତ୍ରୀ ଉଷା ଦେବୀ l  

ଏହାପରେ ଉଦବୋଧନ ଛଳରେ ସେ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। କୋରୋନା କଟକଣା ପରେ ସାଧାରଣତନ୍ତ୍ର ୨ ବର୍ଷ ପରେ ଜନସାଧାରଣ ଉପଭୋଗ କରିଥିଲେ । ସମ୍ମିଳିତ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା କ୍ୟାଡଟଙ୍କୁ ବିଭିନ୍ନ ବର୍ଗରେ ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଏହା ସହ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ଲକ, ପୋଲିସ, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିପୁଳ ଜନସମାଗମ ହୋଇଥିଲା l  

ଏଥିରେ ପୋଲିସ, ଗୃହରକ୍ଷୀ ବାହିନୀ ସମେତ ସ୍କୁଲ ଓ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ସ୍କାଉଟ ଓ ଗାଇଡ କୁ ମିଶାଯାଇ ବିଭିନ୍ନ ଦଳ ପରେଡ ରେ ଅଂଶ ଗ୍ରହଣ କରିଥିଲେ ।  ଏହାସହ ରାଜ୍ୟ ସ୍ବାସ୍ଥ୍ୟ ବେଭାଗ ଦ୍ବାରା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିଲା । ଶେଷରେ ଚିତ୍ତାକର୍ଷକ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କୁନିକୁନି କଳାକାର ଭାଗନେଇ ଦେଶାତ୍ମକ ବୋଧକ ଗିତରେ ନୃତ୍ୟ କରିଥିଲେ ।  

ତେବେ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା ।ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛି । ଏହି ଦିନ ରାଜଧାନୀର କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଥିବା ମୁଖ୍ୟ କାର୍ୟ୍ୟକ୍ରମରେ ଭାରତ ସଂସ୍କୃତିର ଝଲକ ସହିତ ସାମରିକ ଶକ୍ତି ଏବଂ ପାରମ୍ପାରିକ ଐତିହ୍ୟକୁ ଦେଖିବାକୁ ମିଳେ । 

ଇଟିଭି ଭାରତ, କେନ୍ଦୁଝର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.