ସମ୍ବଲପୁର ଗସ୍ତରେ ପାଣ୍ଡିଆନ, ବିନମ୍ରତାକୁ ପ୍ରଶଂସା କଲେ ପ୍ରଶଂସକ

By

Published : May 28, 2023, 7:15 PM IST

Updated : May 28, 2023, 7:23 PM IST

thumbnail

ସମ୍ବଲପୁର: ସମ୍ବଲପୁର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସେ ସମଲେଇ ମନ୍ଦିର ପ୍ରକଳ୍ପର କାର୍ଯ୍ୟର ସମୀକ୍ଷା କରିଛନ୍ତି । 5T ସଚିବଙ୍କ  ଏହି ଗସ୍ତ ସମୟରେ ବ୍ୟାରିକେଡ ବାହାରେ ଥିବା ଜଣେ ଯୁବକଙ୍କ ଚଷମା ଭିଡ଼ ଭିତରେ ପଡିଯାଇଥିଲା । ଏହି ସମୟରେ ଯୁବକ ଜଣକ କିଛି କହି ପାରିନଥିବା ବେଳେ ଏହାକୁ 5T ସଚିବ ପରିଲକ୍ଷିତ କରି ନିଜେ ଭୂମିରୁ ଚଷମାକୁ ଉଠାଇବା ସହ ଯୁବକଙ୍କୁ ଧରାଇ ସେଲ୍ଫି ନେଇଥିଲେ । ରାଜ୍ୟ ସରକାରଙ୍କ ସବୁଠାରୁ ପ୍ରଭାବଶାଳୀ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର କୁହା ଯାଉଥିବା IAS ଅଧିକାରୀ ଭିକେ ପାଣ୍ଡିଆନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ସାଧରଣ ଲୋକଙ୍କ ପ୍ରତି ତାଙ୍କ ବ୍ୟବହାରକୁ ନେଇ ସାଧୁବାଦ ଜଣାଇଛନ୍ତି ତାଙ୍କ ପ୍ରଶଂସକ । ଏହିଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ଏହିଭଳି ବ୍ୟବହାରରେ ପ୍ରଶଂସକ ସାଧୁବାଦ ଜଣାଇଛନ୍ତି ।    

ଇଟିଭି ଭାରତ, ସମ୍ବଲପୁର 

Last Updated : May 28, 2023, 7:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.