ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଭୁଶୁଡିଲା, 2 ମୃତ

By ETV Bharat Odisha Team

Published : Dec 2, 2023, 7:45 AM IST

thumbnail

ସମ୍ବଲପୁର: ପୁରୁଣା କାନ୍ଥ ପଡି ଦୁଇ ମୃତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେ ଏଭଳି ଅଘଟଣ ଘଟିଛି । ଘରର ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଭୁଶୁଡି ପଡିଲା କାନ୍ଥ । ଫଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଘର ମାଲିକାଣୀ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଘର ମାଳିକାଣୀ ନମିତା ପଟେଲ ଶୁକ୍ରବାର ସକାଳୁ ସ୍ଥାନୀୟ କିଣ୍ଡିରା ଗାଁ ଶ୍ରମିକ ଲଳିତ ଦେହୁରୀଙ୍କୁ ସକାଳେ ନିଜ ଘରର ପୁରୁଣା କାନ୍ଥ ଭଙ୍ଗିବା ପାଇଁ ଡାକିଥିଲେ । ହେଲେ  କାମ କରୁଥିବା ବେଳେ କାନ୍ଥ ଦୁର୍ବଳ ଥିବାରୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପଡିଯାଇଥିଲା । ଏନେଇ ଘଟଣାସ୍ଥଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.