ETV Bharat / state

ଲଗାଣ ବର୍ଷାରେ ଭୁଶୁଡି ପଡିଲା ମାଟି କାନ୍ଥ, ଜଣେ ମୃତ

author img

By ETV Bharat Odisha Team

Published : Oct 4, 2023, 6:33 AM IST

ସପରିବାର ଶୋଇଥିବା ବେଳେ ବର୍ଷାରେ ଭୁଶୁଡି ପଡିଲା କାନ୍ଥ
ସପରିବାର ଶୋଇଥିବା ବେଳେ ବର୍ଷାରେ ଭୁଶୁଡି ପଡିଲା କାନ୍ଥ

ଶୋଇଥିବା ବେଳେ ବର୍ଷାରେ ଭୁଶୁଡି ପଡିଲା କାନ୍ଥ । ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଅଧିକ ପଢନ୍ତୁ

ସପରିବାର ଶୋଇଥିବା ବେଳେ ବର୍ଷାରେ ଭୁଶୁଡି ପଡିଲା କାନ୍ଥ

ସମ୍ବଲପୁର: ଶୋଇଥିବା ବେଳେ ବର୍ଷାରେ ଭୁଶୁଡି ପଡିଲା କାନ୍ଥ । ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ, ଧମା ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତ ବାଉଁଶରା ଗାଁରେ । ସମ୍ବଲପୁରରେ ସୋମବାର ରାତିରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ମାଟି କାନ୍ଥ ଭାଙ୍ଗି ଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ 2 ଶିଶୁ କନ୍ୟା ଓ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, ବରଗାଁ ପଞ୍ଚାୟତ ବାଉଁଶରା ଗାଁରେ ସୋମବାର ରାତିରେ ଲଗାଣ ବର୍ଷା ହେଇଥିଲା । ପ୍ରତିନିନ ଭଳି ଖାଇ ସାରି ୪୧ ବର୍ଷୀୟ ବ୍ୟକ୍ତି ବବରୁ ବାହନ ବାଗ ନିଜ ପରିବାର ସହିତ ଶୋଇଥିଲେ । ତାଙ୍କ ସହ ଥିଲେ ତାଙ୍କ ପତ୍ନୀ ଓ 2 ଶିଶୁକନ୍ୟା । ପରିବାର ଶୋଇଥିବା ସମୟର ଘରର ମାଟି କାନ୍ଥ ଅଚାନକ ଭୁଶୁଡ଼ି ପଡିଥିଲା । ଏହି ସମୟରେ ବବରୁ ବାହନ ଓ ତାଙ୍କ ସ୍ତ୍ରୀ, ଦୁଇ ଶିଶୁକନ୍ୟା ଉପରେ ଘର କାନ୍ଥ ପଡିଯିବାରୁ ସେମାନଙ୍କ ଉପରେ ଚାପି ହୋଇଯାଇଥିଲା । ତେବେ ପାଖ ପଡୋଶୀ ଲୋକେ ଘଟଣାର କାନ୍ଥ ପଡିବା ଶବ୍ଦଶୁଣି ପିରବାକୁ ଉଦ୍ଧାର କରିବା ପାଇଁ ମାଟି କାନ୍ଥକୁ ଟେକିଥିଲେ । ବବରୁ ବାହାନାଙ୍କ ସପରିବାରକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ତାଙ୍କ ପତ୍ନୀ ଓ 2 ଶିଶୁ କନ୍ୟା ସାମାନ୍ୟ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଢୋଙ୍କାନାଳରେ ଲଗାଣ ବର୍ଷା: ଘର କାନ୍ଥ ପଡି ୩ ବର୍ଷର ଶିଶୁ ମୃତ

ଅନ୍ୟପକ୍ଷରେ ମୃତ ବ୍ୟକ୍ତି ବବରୁ ବାହନ ବାଗ ନିଜ ମାଟି ଘରକୁ ପକ୍କା ଘର କରିବା ଆଶା ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ବେଳେ ତାଙ୍କୁ ଆବାସ ଯୋଜନା ମିଳି ପାରିନଥିଲା । ଯଦି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ପକ୍କା ଘର ମିଳି ପାରିଥାନ୍ତା ତାହେଲେ ଘର କାନ୍ଥ ପଡ଼ି ମୃତ୍ୟୁ ‌ହେବା ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା ବୋଲି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମୃତକଙ୍କ ପରିବାର ଲୋକଙ୍କୁ ଉଚିତ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.