ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ଆଠଗଡ ବନ୍ଦ ଡାକରା

By ETV Bharat Odisha Team

Published : Dec 7, 2023, 2:04 PM IST

thumbnail

କଟକ: ଜୋର ଧରିଲା ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ।  12 ଘଣ୍ଟିଆ ଆଠଗଡ ବନ୍ଦ ଡାକରା ଦେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।  ସକାଳୁ ସକାଳୁ କ୍ରିୟାନୁଷ୍ଠାନର ସଦସ୍ୟ  ଆଠଗଡର ବିଭିନ୍ନ ଛକରେ ପିକେଟିଂ ଜାରି ରଖିଛନ୍ତି । ପୂର୍ବରୁ ଅନେକ ଥର ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିବା ବେଳେ ଏହାକୁ ଅଣଦେଖା କରାଯାଉଥିଲା । ଯାହାକୁ  ନେଇ ଆଠଗଡ଼ ଜିଲ୍ଲା   କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଆଠଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ମାସ ହେବ ଧାରଣା ଦେଇଥିଲେ କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ଡାକରାରେ ଆଠଗଡ଼ ଅଞ୍ଚଳର ବୁଦ୍ଧିଜୀବି, ଓକିଲ ସଂଘ ଭଳି ବହୁ ଅନୁଷ୍ଠାନ ସାମିଲ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆଠଗଡ଼ ଡିଏସପିଙ୍କ ନେତୃତ୍ୱରେ ତିନି ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି । ଆଠଗଡ଼ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ବନ୍ଦର ପ୍ରଭାବରେ ଆଠଗଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜରୁରୀକାଳୀନ ସେବା ଏଥିରୁ ବାଦ ପଡିଛି । ପିକେଟିଂ କରି ଗାଡି ଚଳାଚଳ ବନ୍ଦ କରାଯାଉଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.