ଗୁଣିଗାରେଡି ସନ୍ଦେହରେ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, ତଦନ୍ତ ପାଇଁ ପହଞ୍ଚିଲେ ଏସପି

By

Published : Jul 20, 2020, 1:01 PM IST

thumbnail

ଯାଜପୁର: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁରେ ଘଟିଛି । ମୃତ ଦମ୍ପତି ହେଲେ ବାସନ୍ତୀ ବାଲମୁଛ ଓ ସହିଳ ବାଲମୁଛ । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ଏସପି ଚରଣ ସିଂ ମୀନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଉଦ୍ଧାର କରିଛି । କିଏ ଓ କାହିଁକି ଏପରି ଘଟଣା ଭିଆଇଛି ସେନେଇ କୌଣସି ସୂଚନା ନାହିଁ । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.